ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନାର ଜନ୍ମ କେଉଁଠି ? ଦୋଷୀ କିଏ ? ଯାଞ୍ଚ ପାଇଁ ଉହାନରେ ପହଞ୍ଚିଥିବା WHO ଟିମକୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନ କଲା ଚୀନ

ନୂଆଦିଲ୍ଲୀ ୧୫/୦୧ : କରୋନା ସଂକ୍ରମଣ ମାମଲା ଏବେ ବି ଜାରି ରହିଛି। ଚୀନ ଉହାନରୁ ପୁଣିଥରେ କରୋନା ମାମଲା ସାମ୍ନାକୁ ଆସିଛି। ସଂକ୍ରମଣକୁ ନେଇ ଉହାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇତି ମଧ୍ୟରେ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ପତ୍ତା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୩ ସଦସ୍ୟ ଊହାନ ସହରରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେମାନଙ୍କୁ ଚୀନ ସରକାର ୧୪ ଦିନ ପାଇଁ କ୍ଵାରେଣ୍ଟାଇନ କରିଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଯାଞ୍ଚ ଟିମରେ ୧୫ଜଣ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ସିଙ୍ଗାପୁରର ଦୁଇ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଥିପାଇଁ ବାକି ୧୩ ସଦସ୍ୟ ହିଁ ଚୀନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେମାନଙ୍କର ଯାଞ୍ଚ କରିବା ପରିବର୍ତ୍ତେ କ୍ଵାରେଣ୍ଟାଇନ କରାଯାଇଛି।

ସୂଚନାଯୋଗ୍ୟ ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭରୁ ହିଁ କରୋନାକୁ ଚାଇନା ଭାଇରସ୍ ନାଁ ଦେଇଥିଲେ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ ସପକ୍ଷରେ ଅଛି ବୋଲି ଆରୋପ ମଧ୍ୟ ଲଗାଇଥିଲେ। କରୋନା ଭାଇରସ୍ ପାଇଁ ସାରା ବିଶ୍ୱ ମଧ୍ୟ ଚୀନକୁ ଦୋଷ ଦେଇଛି। ତାଛଡା ଚୀନ ସରକାରଙ୍କ ଉପରେ ଭାଇରସ୍ ସମ୍ପର୍କିତ ତଥ୍ୟ ଲୁଚାଇଥିବା ଆରୋପ ମଧ୍ୟ ଲାଗିଛି। ଅନେକ ଦେଶ ଭାଇରସ୍ ସମ୍ପର୍କରେ ଊହାନରେ ଯାଞ୍ଚ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଚୀନ ସରକାର ଅସ୍ବୀକାର କରିଦେଇଥିଲେ। ବର୍ଷେ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ପୁରା ଟିମକୁ କ୍ଵାରେଣ୍ଟାଇନ୍ କରାଯାଇଛି। ଏହିଭଳି ସ୍ଥିତିରେ ବିଶ୍ୱର ଅନେକ ଦେଶ କୌଣସି ବଡ ଖୁଲାସା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟ୍ୱିଟ୍ କରି ସୂଚନା ଦେଇଛି ଯେ, କରୋନା ଭାଇରସର ଜନ୍ମ କେଉଁଠାରେ ହୋଇଥିଲା ତାର ଯାଞ୍ଚ କରିବାକୁ ଅନ୍ତରାଷ୍ଟ୍ରୀୟ ଟିମର ୧୩ ବୈଜ୍ଞାନିକ ଊହାନରେ ପହଞ୍ଚିଥିଲେ। ୧୪ ଦିନ କ୍ଵାରେଣ୍ଟାଇନ୍ ସମୟ ପୁରା ହେବାପରେ ବିଶେଷଜ୍ଞ ଯାଞ୍ଚ ଆରମ୍ଭ କରିବେ। WHO କହିଛି ଯେ ଯାତ୍ରା ପୂର୍ବରୁ ସମସ୍ତ ସଦସ୍ୟଙ୍କର ନିଜ ଦେଶରେ ଅନେକ ପିସିଆର୍ ଓ ଆଣ୍ଟିବଡ଼ି ଟେଷ୍ଟ ହୋଇଥିଲା ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ସିଙ୍ଗାପୁରରେ ଏମାନଙ୍କର ପୁଣି ପିସିଆର୍ ଟେଷ୍ଟ ହୋଇଥିଲା ଯେଉଁଥିରେ ଦୁଇଜଣଙ୍କ ରିପୋର୍ଟ ପଜିଟିଭ୍ ଓ ବାକି ୧୩ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ୧୩ ଜଣଙ୍କୁ ଉହାନ ପଠାଯାଇଛି।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ପଜିଟିଭ୍ ଆସିଥିବା ଦୁଇ ବିଶେଷଜ୍ଞଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନାହିଁ। ରିପୋର୍ଟରେ ଦାବି କରାଯାଇଛି ଯେ ସିଙ୍ଗାପୁରରେ ହୋଇଥିବା କରୋନା ଯାଞ୍ଚର ପୁରା ପ୍ରୋସେସରେ ଚୀନ ସାମିଲ ଥିଲା ଯେଉଁଥିପାଇଁ ସେମାନଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ମିଳିନଥିଲା। ଏ ସମ୍ବନ୍ଧରେ ସଫେଇ ଦେଇ ଚୀନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜିୟାନ୍ କହିଛନ୍ତି ଯେ ମହାମାରୀକୁ ନେଇ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମ କଡାକଡି ଭାବେ ପାଳନ କରାଯାଉଛି। ସେ ଏହି ଯାଞ୍ଚରେ WHO ସଦସ୍ୟଙ୍କୁ ସବୁ ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ