ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନାର କରୁଣ ଚିତ୍ର: ଟଙ୍କା ଥାଇ ବି ଲୋକେ ଅସହାୟ, ଡାକ୍ତର କହିଲେ ଚିକିତ୍ସା ଚାଲିଛି, ୱାର୍ଡ ବଏ ଖୋଲିଦେଲେ ପୋଲ୍

ନୂଆଦିଲ୍ଲୀ ୨୫/୦୪ : କରୋନା କାଳରେ ଲୋକେ ତ ମାରୁଛନ୍ତି କିନ୍ତୁ ମାନବିକତା ମଧ୍ୟ ମାରିବାକୁ ବସିଲାଣି। କେଉଁଠି ଅକ୍ସିଜେନ ପାଇଁ ହାହାକାର ଖେଳିଯାଇଛି ତ କେଉଁଠି ରେମଡେସିଭିର କଳାବଜାରୀ ପାଇଁ ଲୋକଙ୍କ ପ୍ରାଣବାୟୁ ଉଡିଯାଉଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ଦିଲ୍ଲୀ ସବୁଠି କରୋନାର କରୁଣ ଚିତ୍ର ଦେଖିବାକୁ ମିଳୁଛି। କିଏ ଟଙ୍କା ଅଭାବରୁ ନିଜ ଲୋକଙ୍କୁ ବଞ୍ଚାଇ ପାରୁନାହିଁ ତ କାହା ପାଖରେ ଟଙ୍କା, ପାୱାର ସବୁ ଥାଇ ମଧ୍ୟ ନିଜ ଆତ୍ମୀୟଙ୍କୁ ବଞ୍ଚାଇ ପାରୁନି। ଦ୍ୱିତୀୟ ଲହର ସ୍ଥିତି ଅତ୍ୟନ୍ତ ବିକଟାଳ ହୋଇଛି। ଏହିଭଳି ଏକ ଅତ୍ୟନ୍ତ କରୁଣ ଓ ଦୁଃଖଦାୟକ ମାମଲା ସାମ୍ନାକୁ ଆସିଛି। ପ୍ରତିଦିନ ଅନେକ ହୃଦୟ ବିଦାରକ ମାମଲା ନଜରକୁ ଆସୁଛି।

ମେରଠରେ ସଂଗୀତ ଉପକରଣ ବ୍ୟବସାୟୀ ସୁନୀଲ ଗୁପ୍ତା(୫୭)ଙ୍କର ହସ୍ପିଟାଲରେ କୋଭିଡ ୱାର୍ଡରେ ମୃତ୍ୟୁ ହୋଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଡାକ୍ତର ଭେଣ୍ଟିଲେଟରରେ ସୁନୀଲଙ୍କ ଚିକିତ୍ସା ହେଉଥିବା ଭରସା ଦେଇଥିଲେ। କିନ୍ତୁ କୋଭିଡ ୱାର୍ଡ ବଏ ଶବର ଫଟୋ ଦେଖାଇ ସବୁ ପୋଲ ଖୋଲି ଦେଇଛନ୍ତି। ସୁନୀଲ ଗୁପ୍ତାଙ୍କୁ ଦୁଇ ଦିନ ପୂର୍ବରୁ ହସ୍ପିଟାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସୁନୀଲଙ୍କ ପୁଅ କହିଛନ୍ତି ଯେ ଭର୍ତ୍ତି ହେବାପରେ ହସ୍ପିଟାଲରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ଖବର ମିଳୁନଥିଲା। ତାଙ୍କ ମୋବାଇଲ ବି ବନ୍ଦ ଥିଲା। ଏପରିକି କୋଭିଡ ୱାର୍ଡ କଣ୍ଟ୍ରୋଲ ରୁମରୁ ମଧ୍ୟ ତାଙ୍କୁ କିଛି ସୂଚନା ଦିଆଯାଉନଥିଲା।

ଶନିବାର ସକାଳେ ଘରଲୋକ କୋଭିଡ ୱାର୍ଡକୁ ଯାଇ ଜଣେ ୱାର୍ଡ ବଏ ସହ କଥାବାର୍ତ୍ତା କରିଥିଲେ। ୱାର୍ଡ ବଏ କହିଥିଲା ଯେ ଶୁକ୍ରବାର ରାତି ୮ଟା ରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇସାରିଛି। ପ୍ରମାଣ ହିସାବରେ ସେ ଶବର ଫଟୋ ଦେଖାଇଥିଲେ। ଫଟୋରେ କୌଣସି ଉପଚାର ହେଉନଥିବା ନଜର ଆସିଥିଲା। କିନ୍ତୁ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ ଯେ ସୁନୀଲ ଭେଣ୍ଟିଲେଟରରେ ଅଛନ୍ତି। ସତ ଜାଣିବା ପରେ ପରିବାର ଲୋକେ ହଙ୍ଗାମା କରିବା ପରେ ସକାଳ ସାଢେ ୧୦ଟା ସମୟରେ ସୁନୀଲ ଗୁପ୍ତାଙ୍କୁ ମୃତ ଘୋଷିତ କରାଯାଇଥିଲା। ଏନେଇ ବିଜେପି ନେତା ଆଶିଷ ଅଗ୍ରୱାଲ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ