କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନାରୁ ମୁକ୍ତି ପାଇଁ କାଶୀ ମହାସ୍ମଶାନରେ ଦୀପାବଳି ରାତିରେ ହେଲା ତନ୍ତ୍ର ସାଧନା

କାଶୀ ୧୫/୧୧ : ଦୀପାବଳି ରାତିରେ ସାରା ଦେଶ ଦୀପାବଳି ପୂଜାରେ ଲୋକେ ବ୍ୟସ୍ତ ଥିଲେ। ସେତେବେଳେ ଗୋଟିଏ ଜାଗାରେ କରୋନା ମହାମାରୀରୁ ମୁକ୍ତି ପାଇଁ ତପସ୍ୱୀ ସାଧନା କରୁଥିଲେ। ମୋକ୍ଷ ନଗରୀ କାଶୀ ବାରାଣାସୀରେ ଦୀପାବଳି ରାତିରେ ତନ୍ତ୍ର ସାଧକ କରୋନାରୁ ମୁକ୍ତି ପାଇଁ ସାଧନା କରୁଥିଲେ।

କାଶୀର ମହାସ୍ମଶାନ ମାଣିକର୍ଣ୍ଣିକା ଘାଟରେ ଜଳନ୍ତା ଚିତା ମଧ୍ୟରେ ସାଧକମାନେ ତାନ୍ତ୍ରିକ କ୍ରିୟା ଶବ ସାଧନା କରୁଥିଲେ। ତନ୍ତ୍ର ସାଧକ ଦୀପାବଳି ରାତିରେ ମହାସ୍ମଶାନ ଯାଆନ୍ତି ଓ ତନ୍ତ୍ର ସିଦ୍ଧି ପାଇଁ ବାବା ଭୈରବ ଓ ମା’ କାଳୀଙ୍କ ସହ ବାବା ମସାଣି ନାଥଙ୍କ ଉପାସନା କରନ୍ତି। ସିଦ୍ଧି ପ୍ରାପ୍ତି ପାଇଁ ତାନ୍ତ୍ରିକ ସାରା ରାତି ବାବା ମସାଣି ନାଥଙ୍କ ମନ୍ଦିରରୁ ଜଳନ୍ତା ଚିତା ଯାଏଁ ତାନ୍ତ୍ରିକ କ୍ରିୟା କରିଥାନ୍ତି।


ଏହି ତନ୍ତ୍ର ସାଧନା ସମ୍ବନ୍ଧରେ ଅଘୋରୀ କୁହନ୍ତି ଯେ ଦୀପାବଳି ରାତିକୁ ମହାନିଶା କାଳ କୁହାଯାଏ। ସେଥିପାଇଁ ତାମସିକ ସାଧନା କରୁଥିବା ଲୋକଙ୍କୁ ଚମତ୍କାରୀ ସିଦ୍ଧି ମିଳିଥାଏ। ମହାସ୍ମଶାନରେ ସାଧନା କରୁଥିବା ଅଘୋରୀ ବାବା ମଣିରାମ କହିଛନ୍ତି ଯେ ତାମସିକ କ୍ରିୟା କରିବାକୁ ମଦ ଓ ମାଂସ ସହ ନର ମୁଣ୍ଡ ଆବଶ୍ୟକ ହୋଇଥାଏ। ଜଳନ୍ତା ଚିତାମାନଙ୍କ ଭିତରେ ବସି ବଳି ଦିଆଯାଇଥାଏ। ଏଥର ଦୀପାବଳି ରାତିରେ କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ସାଧନା କରାଯାଇଛି।

ଶବ ସାଧନାରେ ସ୍ମଶାନରେ ବସି ମହାକାଳୀଙ୍କୁ ଉପାସନା ଓ ଶକ୍ତି ଆହ୍ୱାନ କରାଯାଇଥାଏ। ଏହି କ୍ରିୟାକୁ ତାମସିକ ସାଧନା କୁହାଯାଏ। ଏହି କ୍ରିୟାରେ ମଧ୍ୟ ବଳି ଦିଆଯାଇଥାଏ। କିନ୍ତୁ କୁକୁଡ଼ା କିମ୍ବା ଛେଳି ବଳି ଦିଆନଯାଇ ଲେମ୍ବୁ ବଳି ଦିଆଯାଇଥାଏ। ଏହି କ୍ରିୟା କରୁଥିବା ଜଣେ ତାନ୍ତ୍ରିକ କହିଛନ୍ତି ଯେ ମହାସ୍ମଶାନରେ ସବୁବେଳେ ଭଗବାନ ଶିବ ରୁହନ୍ତି କିନ୍ତୁ ଦୀପାବଳି ରାତିରେ କାଳୀ ନିଶାରେ ମହାକାଳୀ ବି ଉପସ୍ଥିତ ରୁହନ୍ତି। ଦୀପାବଳି ରାତିରେ ସାଧନା କଲେ ଭଗବାନ ତୁରନ୍ତ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,