ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ସଞ୍ଜୟ ଲୀଲା ଭଂସାଲି

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର କରୋନା ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ବଲିଉଡର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି ବି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ‘ଗଙ୍ଗୁବାଈ କାଠିଆୱାଡ଼ି’ ସିନେମା ସୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଥଣ୍ଡା, କାଶ ଓ ଜ୍ବର ଲାଗିି ରହିଥିଲା। ତେଣୁ ସେ କରୋନା ପରୀକ୍ଷା କରିଥିଲେ। ଏହି ରିପୋାର୍ଟ ପିିଜିଟିଭ ଆସିଥିଲା। କରୋନା ସଂକ୍ରମିତ ହେବା ପରେ ଏବେ ସୁଟିଂକୁ ବନ୍ଦ କରାଯାଇଛି। ନମୁନା ରିପୋର୍ଟ କରୋନା ପଜିଟିଭ ଆସିବା ପରେ ସଞ୍ଜୟ ଘରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି।

ଏପଟେ ରଣବୀର କରୋନା ସଂକ୍ରମିତ ଥିବା ମା’ ତଥା ବଲିଉଡ ଅଭିନେତ୍ରୀ ନିତୁ କପୁର ସୋସିଆଲ ମିଡିଆ ଜରିଆରେ ଏହି ଖବର ଦେଇଥିଲେ।

ନିତୁ ଇନଷ୍ଟାଗ୍ରାମରେ ରଣବୀର କପୁରଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ, ଆପଣମାନଙ୍କ ଶୁଭକାମନା ତାଙ୍କୁ ଶୀଘ୍ର ସୁସ୍ଥ କରିଦେବ। ରଣବୀର ଏବେ କରୋନାରେ ସଂକ୍ରମିତ ହୋଇ ହୋମ କ୍ବାରାଣ୍ଟାଇନରେ ରହିବା ସହ ମେଡିସିନ ନେଉଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ଯେତେବେଳେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ ଚଣ୍ଡିଗଡ଼ରେ ସୁଟିଂ ଚାଲିଥିବା ସେତେବେଳେ ନିତୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏୟର ଆମ୍ବୁଲାନ୍ସରେ ମୁମ୍ବାଇ ଅଣାଯାଇଥିଲା।

ତେବେ ରଣବୀର କପୁର କରୋନା ସଂକ୍ରମିତ ବୋଲି ଖବର ମିଳିଥିବା ବେଳେ କେହିକେହି ଏହାକୁ ଗୁଜବ ବୋଲି କହିଥିଲେ। ତେଣୁ ସଠିକ ଖବର ପାାଇଁ ରଣବୀରଙ୍କ ଦାଦାଙ୍କ ରଣଧୀର କପୁରଙ୍କୁ ସମ୍ପର୍କ କରାଯାଇଥିଲା। ସେ କିନ୍ତୁ ଏବିଷୟରେ କିଛି ଜାଣି ନଥିବା କହି ମା’ ନିତୁ ସିଂହଙ୍କୁ ସମ୍ପର୍କ କରିବାକୁ କହିଥିଲେ। ନିତୁ ପୁଅ କରୋନା ସଂକ୍ରମିତ ଥିବା କଥାକୁୁ ସ୍ପଷ୍ଟ କରିଥି‌ଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ