ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ନେହା ଭାସିନ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ ୦୮।୦୨ : ବିଗ୍‌ବସ୍‌-୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି। ସାରା ବିଶ୍ବରେ କରୋନାର ମାମଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ ବର୍ତ୍ତମାନ ଗାୟକ ନେହା ଭାସିନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ହୋଇଛି। ଏହାକୁ ନେଇ ନେହା ଭାସିନ ସୋସିଆଲ ମିଡିଆରେ ସୂଚନା ଦେଇ ଜଣାଇଛନ୍ତି।

ନିକଟରେ ନେହା ଭାସିନ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ୩ଟି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ପ୍ରଥମ ପୋଷ୍ଟରେ ସେ କେବଳ କୋଭିଡ ପଜିଟିଭ୍ ହୋଇଛନ୍ତି ବୋଲି ଲେଖିଛନ୍ତି। ଏବଂ ଦ୍ୱିତୀୟ ପୋଷ୍ଟରେ ସେ ଲେଖିଛନ୍ତି, ‘ହେ ଭଗବାନ, ମୁଁ ଗତ ୪୮ ଘଣ୍ଟା ଧରି ଜ୍ୱରରେ ଆକ୍ରାନ୍ତ ଅଛି। ଏଥି ସହିତ, ତୃତୀୟ ପୋଷ୍ଟ ମାଧ୍ୟମରେ ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଶେଷରେ ଲେଖିଛନ୍ତି, ‘ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ .. ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଆଉ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବି। ଏବଂ ସୁରକ୍ଷିତ ରୁହନ୍ତୁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ