ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏନ୯୫ ବା କେଏନ୯୫ ମାସ୍କ ବ୍ୟବହାର କରିବାକୁ କହିଲେ ସଂକ୍ରାମକ ରୋଗ ବିଶେଷଜ୍ଞ

ନୂଆଦିଲ୍ଲୀ: ଏପ୍ରିଲ ୧୬ରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ବିସ୍ତାର କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁ ସାଂଘାତିକ ଭାବେ ବାୟୁ ବାହିତ ଏବଂ ବାୟୁ ଦ୍ୱାରା ହିଁ ବ୍ୟାପୁଛି ବୋଲି ଆମେରିକୀୟ ମେଡିକାଲ୍‌ ଜର୍ଣ୍ଣାାଲ୍‌ ଲାନସେଟ୍‌ ପ୍ରକାଶ କରିଥିଲା। ତେବେ ଲାନସେଟର ଏହି ରିପୋର୍ଟ ପରେ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ ଏନ୯୫ ବା କେଏନ୯୫ ମାସ୍କ ବ୍ୟବହାର କରିବା ଉଚିତ ବୋଲି କହିଛନ୍ତି ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଫାହିମ ୟୁନୁସ୍ ।

ଡାକ୍ତର ଫାହିମ ୟୁନୁସ୍ ଟୁଇଟ କରି ଏନେଇ ଲୋକଙ୍କୁ ସଚେତନ କରାଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି ବାୟୁ ବାହିତ କରୋନା ଭୂତାଣୁଠାରୁ ନିଜକୁ ବଞ୍ଚାଇବା ପାଇଁ ଏନ୯୫ ବା କେଏନ୯୫ ମାସ୍କ ପିନ୍ଧିବାକୁ ହେବ। ଆପଣ ଗୋଟିଏ ଦିନରେ ଗୋଟିଏ ମାସ୍କ ବ୍ୟବହାର କରିପାରିବେ ଏବଂ ଅନ୍ୟଟିକୁ କାଗଜ ବ୍ୟାଗରେ ପରଦିନ ବ୍ୟବହାର କରିବା ପାଇଁ ରଖି ପାରିବେ। ପ୍ରତି ୨୪ଘଣ୍ଟାରେ ମାସ୍କ ବଦଳାନ୍ତୁ। ଯଦି ସେଗୁଡିକ ନଷ୍ଟ ହୋଇନଥାଏ, ତେବେ ତାକୁ ପୁଣି ବ୍ୟବହାର କରନ୍ତୁ ବୋଲି ‌ସେ କହିବା ସହ କପଡ଼ା ମାସ୍କ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି।

ତେବେ ଲାନସେଟ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଥିଲା ଯେ, ନୂତନ କୋଭିଡ୍‌-୧୯ ଭୂତାଣୁ ସାର୍ସ-କୋଭ୍‌-୨ ମୁଖ୍ୟତଃ ବାୟୁ ମାଧ୍ୟମରେ ସଂକ୍ରମିତ ହେଉଛି । ତେଣୁ, ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ସହଜରେ ବ୍ୟାପୁଛି। ଫଳରେ ସାଧାରଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇ ନ ଥାଏ। ବ୍ରିଟେନ, ଆମେରିକା ଏବଂ କାନାଡାର ୬ ଜଣ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣା ଅନୁଯାୟୀ ସଂକ୍ରମଣ ବିସ୍ତାର କରୁଥିବା ଏହି ଭୂତାଣୁ ବାୟୁ ଦ୍ବାରା ବ୍ୟାପୁଛି। ପ୍ରମାଣ ଏହାକୁ ସମର୍ଥନ କରୁଛି ଏବଂ ବୃହତ ଡ୍ରପଲେଟ୍‌ ଟ୍ରାନ୍‌ସମିସନକୁ ସମର୍ଥନ କରୁଥିବା ପ୍ରମାଣ ପ୍ରାୟ ନାହିଁ। ବହୁ ବ୍ୟକ୍ତିଙ୍କୁ ନେଇ ଏକାଧିକ ପରୀକ୍ଷା ଓ ଗବେଷଣା କରିବା ପରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଗବେଷକ ଗୋଷ୍ଠୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ