କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କରୋନା ଲାଗି ବଜାରରୁ ଚାଇନା କ୍ୟାଣ୍ଡେଲ୍ ଓ ଦୀପ ଗାଏବ, ଏବେ ମହମବତୀ ବେପାରକୁ ଓହ୍ଲାଇଛନ୍ତି ବାଣ ବ୍ୟବସାୟୀ

ଭଦ୍ରକ ୧୧।୧୧: ଆସୁଛି ଆଲୋକର ପର୍ବ ଦୀପାବଳୀ । କରୋନା କଟକଣା ମଧ୍ୟରେ ପାଳିତ ହେବ ଦୀପାବଳୀ । ବାଣ ଫୁଟିବନି, କିନ୍ତୁ ଜଳିବ ଦୀପ । ସରକାରଙ୍କ କଟକଣା ପରେ ଦୀପ କାରିଗରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନେ ଆସ୍ୱସ୍ଥୀ ଅନୁଭୂବ କରିଛନ୍ତି । ସେପଟେ ବାଣ ବ୍ୟବସାୟୀ ଓହ୍ଲାଇଛନ୍ତି ମହମବତୀ ବେପାରକୁ । ତେବେ ଏଥର କରୋନା ମହାମାରୀରେ ବଜାରରୁ ଉଭେଇଯାଇଛି ଚାଇନା କ୍ୟାଣ୍ଡେଲ୍‌ ଓ ଦୀପ ।

କରୋନା ମହାମାରୀ ସମୟରେ ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଯାହା ପାଇଁ ବାଣ ବ୍ୟବସାୟୀ ଘାଟାରେ ପଡିଛନ୍ତି । ବାଣ ଆମଦାନୀ ପାଇଁ ଶିବକାସୀ ଓ କୋଲକାତା ବାଣ ଗୋଦାମ ମାଲିକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ଅର୍ଥ ଦେଇସାରିଥିଲେ ବ୍ୟବସାୟୀ । ସରକାରଙ୍କ ନିଷ୍ପତ୍ତି ପରେ ସେ ଟଙ୍କା କେବେ ଫେରି ପାଇବେ , ତାହା ଏବେ ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଅନ୍ୟପଟେ ସିଜିନ ବ୍ୟବସାୟୀକୁ ବଞ୍ଚାଇ ରଖିବା ପାଇଁ ମହମବତୀ ବେପାର ଆରମ୍ଭ କରିଛନ୍ତି ବାଣ ବ୍ୟବସାୟୀ । ଚଳିତ ଥର ବଜାରରେ ସ୍ୱଦେଶୀ କ୍ୟାଣ୍ଡେଲ୍ ଓ ଦୀପର ଚାହିଦା ଢେର୍‌ ରହିଛି । ବାଣ ଦୋକାନୀ ତଥା ଅନ୍ୟ ବ୍ୟବସାୟୀ ମାନେ ଚାଇନା ନିର୍ମିତ କ୍ୟାଣ୍ଡେଲ ଓ ଦୀପ ଏଥର ଆଣିନାହାନ୍ତି । କରୋନା ପାଇଁ ଚାଇନା ସାମଗ୍ରୀ ବିକିବୁ ନାହିଁ ବୋଲି କହିଛନ୍ତି ।

ଅନ୍ୟ ପଟେ ବାଣ ବଜାରରେ ମେଲିଛି ମହମବତୀର ପସରା । ବାଣ ନାହିଁ ବୋଲି ମାର୍କେଟରେ ଚାଇନା ସାମଗ୍ରୀ ଦେଖିବା ପାଇଁ ମିଳୁଣୀ । ଯେଉଁଥିପାଇଁ ଦେଶୀ ଦୀପର ବଜାର ଚାହିଦା ବଢିଥିବା ସ୍ପଷ୍ଟ ହୋଇଛି । ସେଥିପାଇଁ ବନ୍ଦ ପଡିଥିବା ଶଗଡ ଗୁଳା ଏବେ କାର୍ଯ୍ୟକ୍ଷମ ହୋଇଛି । ମାଟି କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ଦୀପ ବ୍ୟବସାୟୀମାନେ ଏବେ କୁମ୍ଭାରସାହି ମୁହାଁ ହୋଇଛନ୍ତି । ହେଲେ କରୋନା କଟକଣା ଆରମ୍ଭରୁ ମନ୍ଦିର ଠାରୁ ଦୋକାନ ବଜାର ବନ୍ଦ ପଡିଛି ।


ଦୀପ ବେପାର କରୋନା କାଳରେ ହୋଇଥିବା କ୍ଷତି ପାଇଁ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି କାରିଗର । ଆଶା ଅନୁଯାୟୀ ଦୀପ ବିକ୍ରି ହେଉ ନଥିବା ବେଳେ ଦୀପ ପ୍ରସ୍ତୁତି କରି ରଖିଛନ୍ତି । ଆବଶ୍ୟକ ହେଲେ ଅଧିକ ତିଆରି ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି କହିଛନ୍ତି ଦୀପ କାରିଗର । କାରୋନା ପାଇଁ ଚାଇନା ନିର୍ମିତ ମହମବତୀ ଓ ଦୀପ ବଜାରରୁ ଗାୟବ ହୋଇଛି । ସ୍ଵଦେଶୀ କାରିଗର କିନ୍ତୁ ବେଶ୍‌ ଦୁଇ ପଇସା କମାଇବା ନେଇ ଆଶା ବାନ୍ଧିଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ