ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ମହାମାରୀରେ ଆଶ୍ଵସ୍ତିକର ଖବର, ରାଜ୍ୟରେ ନାହିଁ ଦ୍ଵିତୀୟ ସଂକ୍ରମଣର ଆଶଙ୍କା

ଭୁବନେଶ୍ଵର ୦୫।୧୨: କରୋନା ମହାମାରୀ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ରାଜ୍ୟରେ ଏବେ ଦ୍ଵିତୀୟ ସଂକ୍ରମଣର ଆଶଙ୍କା ନାହିଁ। ଓଡିଶାରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। କିନ୍ତୁ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା। ଏସସିବି ମେଡିକାଲ କଲେଜ୍ ଓ୍ଵେବ୍‌ସାଇଟ୍‌ ଉନ୍ମୋଚନ ଅବସରରେ ସେ ଏହି ମତ ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ସମ୍ଭାବନା ନାହିଁ। କରୋନା ଗ୍ରାଫ ଢେର ହ୍ରାସ ପାଇଛି। ତଥାପି ଟିକା ନଆସିବା ଯାଏଁ ଆମକୁ ସତର୍କ ରହିବାକୁ ପଡିବ। ଅନ୍ତତଃ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡିବ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣର ପ୍ରଭାବ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୫୦୦ରୁ କମ ରହୁଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ଗତ ଦୁଇ ମାସରୁ ଅଧିକ ସମୟ ହେବ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଦିଲ୍ଲୀ, ମହାରାଷ୍ଟ୍ର ଓ କେରଳରେ ଯେମିତି କରୋନାର ଦ୍ଵିତୀୟ ଲହର ଦେଖିବାକୁ ମିଳିଥିଲା ସେଥି ନେଇ ରାଜ୍ୟରେ ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଥିଲା। ଦ୍ଵିତୀୟ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଏବେ ରାଜ୍ୟରେ କରୋନା ପ୍ରକୋପ ନାହିଁ କହିଲେ ଚଳେ। ପୂର୍ବ ପରି ମଧ୍ୟ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ ନାହିଁ। ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ୍ ଆଦି ଛାଡି ଦେଲେ ସମସ୍ତ କାର୍ଯ୍ୟକ୍ଷେତ୍ର ଖୋଲି ଯାଇଛି। ଏହା ମଧ୍ୟରେ ରାଜ୍ୟ କୋଭିଡ୍ ପରାମର୍ଶଦାତାଙ୍କ ଏହି ଖବର ରାଜ୍ୟବାସୀଙ୍କୁ ଆହୁରି ଆଶ୍ଵସ୍ତି କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ