ଦେଶ ବିଦେଶ ମନୋରଞ୍ଜନ

କରୋନା ପଜିଟିଭ ହେଲେ ଉର୍ମିଲା, ଫ୍ୟାନ୍ସଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତେଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ହେବା ପରେ ଉର୍ମିଲା ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଘରେ ସଙ୍ଗରୋଧରେ ରହିଛନ୍ତି। ଏଥିସହିତ ଉର୍ମିଲା ଲୋକଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ବାର୍ତ୍ତା ବି ଦେଇଛନ୍ତି।

ଟୁଇଟ କରି ଉର୍ମିଲା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ଠିକ ଅଛି। ମୁଁ ନିଜକୁ ହୋମ କ୍ବାରେଣ୍ଟାଇନ କରି ଦେଇଛି। ମୋର ସମସ୍ତଙ୍କୁ ଅନୁରୋଧ କି ‌ଯେଉଁ ଲୋକମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ। ଏଥିସହିତ ମୋର ସମସ୍ତଙ୍କୁ ଅନୁରୋଧ କି ଦୀପାବଳିର ଶୁଭ ଅବସରରେ ନିଜର ଯତ୍ନ ରଖିବେ।
ଉର୍ମିଲାଙ୍କ ଏହି ଟୁଇଟ ପାଇବା ପରେ ତାଙ୍କର ଫ୍ୟାନ୍ସ ଅଭିନେତ୍ରୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କାମନା କରିଛନ୍ତି। ମୁମ୍ବାଇରେ ଗତ ଶନିବାର ୩୦୧ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ସମଗ୍ର ସହରରେ ଏଯାବତ ୭,୫୫,୬୩୨ଜଣ କରୋନାରେ ପୀଡିତ ହୋଇସାରିଛନ୍ତି। ସେହିପରି ଏହି ମହାମାରୀ କରୋନା ହେତୁ ୧୬,୨୪୪ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ୩,୯୬୬ଟି ସକ୍ରିୟ ମାମଲା ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ