ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଟିକା ନେଲେ ମାଗଣା ଉପହାର! ମହିଳାଙ୍କୁ ନାକଫୁଲ, ପୁରୁଷଙ୍କୁ ହ୍ୟାଣ୍ଡ୍‌ ବ୍ଲେଣ୍ଡର୍‌

ଅହମ୍ମଦାବାଦ୍‌: କରୋନା ଟିକା ନେବାକୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଗୁଜୁରାଟର ଜଣେ ସୁନା ବେପାରୀ ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଟିକା ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ଉପହାର ଦେବାକୁ ଘୋଷଣା କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଜୁରାଟର ଏହି ସୁନା ବେପାରୀ ଜଣକ ରାଜ୍ୟ ସରକାରଙ୍କ ସହ ମିଶି ଏହି ନିଆରା ଉପାୟକୁ କାମରେ ମଧ୍ୟ ଲଗାଉଛନ୍ତି। କରୋନା ଟିକା ନେବା ପାଇଁ ଟିକାଦାନ କେନ୍ଦ୍ରକୁ ଆସୁଥିବା ମହିଳାଙ୍କୁ ସୁନାର ନାକଫୁଲ ଓ ପୁରୁଷଙ୍କୁ ହ୍ୟାଣ୍ଡ୍‌ ବ୍ଲେଣ୍ଡର୍‌ ପ୍ରଦାନ କରୁଛନ୍ତି।

କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୪୫ ବର୍ଷରୁ ଊର୍ଧ୍ବ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଟିକା ନେବାକୁ କୁହାଯିବା ପରେ ବ୍ୟକ୍ତି ଜଣକ ଏପରି ଉପାୟ ଚିନ୍ତା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୮୦ ତାଜା କରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି। ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ବୃଦ୍ଧି ଘଟି ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୨୪,୮୭୮ ପହଞ୍ଚିଛି। ପୁଣି କରୋନାରେ ୧୭ ଜଣଙ୍କ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୪,୫୯୮କୁ ପହଞ୍ଚିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ