ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଟିକା ‘ଜାଇକଭ-ଡି’ ର ଯୋଗାଣ ଆରମ୍ଭ

ନୂଆଦିଲ୍ଲୀ: ଜାଇଡସ୍‌ କାଡିଲା ଏହାର କରୋନା ଭାଇରସ୍‌ ଟିକା ‘ଜାଇକଭ-ଡି’ର ଯୋଗାଣ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ଜାଇକଭ୍‌-ଡି ଟିକା ଯୋଗାଣ ଆରମ୍ଭ ହୋଇସାରିଛି ଏବଂ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଏହାର ନିର୍ମାତା ଜାଇଡସ୍‌ କାଡିଲା ପକ୍ଷରୁ କୁହାଯାଇଛି। ଘରୋଇ ବଜାରରେ ମଧ୍ୟ ଜାଇକଭ୍‌-ଡି ଟିକା ଉପଲବ୍ଧ କରାଇବାପାଇଁ ଯୋଜନା ହେଉଛି ବୋଲି କମ୍ପାନି କହିଛି। ଜାଇକଭ୍‌-ଡି ହେଉଛି ଏକ ୩ ଡୋଜ୍‌ ବିଶିଷ୍ଟ କୋଭିଡ୍‌ ଟିକା। ପ୍ରତି ଡୋଜ୍‌ର ମୂଲ୍ୟ ୨୬୫ ଟଙ୍କା ରଖାଯାଇଛି। ଏହା ସହିତ ପ୍ରତି ଡୋଜ୍‌ ନେବାପାଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରହିଛି।

ପିଲାଙ୍କ ପାଇଁ ଦ୍ବିତୀୟ ଡୋଜ୍‌ ଟିକା ତ୍ବରାନ୍ବିତ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶରେ ପିଲାଙ୍କ ପାଇଁ ଦ୍ବିତୀୟ ଡୋଜ୍‌ ଟିକାକରଣ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦେବା ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲ୍ଲା ସ୍ତରରେ ନିୟମିତ ଭାବେ ସମୀକ୍ଷା କରିବା ଉଚିତ୍‌ ବୋଲି ଭୂଷଣ କହିଛନ୍ତି। ସେହିପରି ଯେଉଁମ‌ାନେ ପ୍ରଥମ ଡୋଜ୍‌ ନେଇାହାନ୍ତି ସେମାନେ ମଧ୍ୟ ସମୟ ମଧ୍ୟରେ ପ୍ରଥମ ଡୋଜ୍‌ ନେବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଜାନୁଆରି ୩ରୁ ଦେଶରେ ୧୫-୧୭ ବର୍ଷ ବୟସ ମଧ୍ୟରେ ପିଲା ଟିକା ନେବା ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୧୫-୧୭ ବର୍ଷ ମଧ୍ୟ‌ରେ ୪,୮୩,୬୦,୧୧୭ ଜଣ ଯୋଗ୍ୟ ହିତାଧିକାରୀ ଟିକା‌ ନେଇ ସାରିଛନ୍ତି। ୪,୭୨,୩୨,୦୧୮ ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ୧୧,୨୮,୦୯୯ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ