ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କରୋନା କାଳରେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତ ନଳୀରେ ରକ୍ତ ପ୍ରବାହର ଅସ୍ୱାସ୍ଥ୍ୟକର ବୃଦ୍ଧି ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତ୍ୟେକ ୫ ଜଣ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ। ଏହି ସମସ୍ୟା ପାଇଁ ବିଶ୍ବରେ ୯.୪ ମିଲିୟନ୍‌ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଲାଣି। ସ୍ବଳ୍ପ ଆୟପୂର୍ଣ୍ଣ ଦେଶମାନଙ୍କରେ ଏହି ସମସ୍ୟା ବିଶେଷ ଦେଖିବାକୁ ମିଳିଥାଏ। ଜିନ୍, ପରିବେଶ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, ହରମୋନ୍ ଅସନ୍ତୁଳନ ଏବଂ ଶାରୀରିକ ନିଷ୍କ୍ରିୟତା ସହିତ ଅନେକ ଉଚ୍ଚ ରକ୍ତଚାପର କାରଣ ବନିଥାନ୍ତି। ଛାତି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଛୋଟ ନିଶ୍ବାସ ଆଦି ରକ୍ତଚାପର ଲକ୍ଷଣ ହୋଇଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ବିପଦ ସାବ୍ୟସ୍ଥ ହୋଇଥାଏ।

ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ସୁସ୍ଥ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି। ପନିପରିବା, ଫଳ, ପ୍ରୋଟିନ୍ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ।

ଯଦି ଆପଣଙ୍କର ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ ଅଛି ତେବେ ଏହାକୁ ସଂପୂର୍ଣ୍ଣ ରୂପେ ଛାଡ଼ିବାକୁ ହେବ। ନିଶା ସେବନ ରକ୍ତଚାପର ପ୍ରମୁଖ କାରଣ ହୋଇଥାଏ।

ମାନସିକ ଚାପ ମଧ୍ୟ ରକ୍ତଚାପର କାରଣ ହୋଇଥାଏ। ଯେତେ ପାରୁଛନ୍ତି ଚିନ୍ତା କରିବା ତ୍ୟାଗ କରନ୍ତୁ। ଯେତେ ଅଧିକ ଚିନ୍ତା କରିବେ ସେତେ ଅଧିକ ଦୁର୍ବଳ ହୋଇପଡ଼ିବେ।

ନିୟମିତ ବ୍ୟାୟାମ କରିବା ଦ୍ବାରା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖା ଯାଇପାରେ। ଆପଣ ସୁସ୍ଥ ରହିବାକୁ ଚାହୁଁଥିଲେ ବ୍ୟାୟାମକୁ ଆପଣଙ୍କ ନିତିଦିନିଆ କାର୍ଯ୍ୟ ତାଲିକାରେ ସାମିଲ୍‌ କରନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ