ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଆକ୍ରାନ୍ତ ହେଲା ଆଇସକ୍ରିମ, ସଙ୍ଗରୋଧକୁ ଗଲେ କମ୍ପାନିର ୧୬୦୦ରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ: ୨୦୧୯ରେ ଚୀନର ଊହାନରୁ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏହାର ଲକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଲକ୍ଷଣ ବୁଝି ଏହାର ଉପଚାର ଖୋଜିବା ପାଇଁ ବୈଜ୍ଞାନିକମାନଙ୍କ ମାସ ମାସ ସମୟ ଲାଗିଥିଳା। ଅଧିକ ସଂକ୍ରାମକ ଥିବାରୁ ଭୂତାଣୁଟି ଧୀରେ ଧୀରେ ମହାମାରୀର ଋପ ନେଇଥିଲା। ଏବେ ପୁଣି ଥରେ ଚୀନରୁ ଏକ ଅଜବ ଖବର ସାମ୍ନାକୁ ଆସିଛି। ଉତ୍ତର ଚୀନ୍ ରେ ଆଇସକ୍ରିମ କରୋନା ଆକ୍ରାନ୍ତ ହେବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ୧,୦୦୦ଜଣଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ତିଆନ୍ଜିନ୍ ଡାକିଆଡାଓ ଫୁଡ୍ କମ୍ପାନି ଦ୍ବାରା ପ୍ରସ୍ତୁତ ଆଇସକ୍ରିମରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଇସକ୍ରିମର ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତିଆନ୍ଜିନ୍ ଡାକିଆଡାଓର ସବୁ ଉତ୍ପାଦ ବ୍ୟବହାର ଉପରେ ରୋକ ଲଗାଯାଇଥିବା ବେଳେ କମ୍ପାନିକୁ ସିଲ୍ କରାଯାଇଛି। ଏହାପୂର୍ବରୁ, କମ୍ପାନି ଏହାର ଉତ୍ପାଦର ତିନୋଟି ନମୁନାକୁ ମ୍ୟୁନିସିପାଲିଟି କେନ୍ଦ୍ରକୁ କରୋନା ପରୀକ୍ଷା କରିବା ପାଇଁ ପଠାଇଥିଲେ। ପରୀକ୍ଷା ପରେ ତିନୋଟି ନମୁନା ପଜିଟିଭ ଆସିଥିଲା। ଆଇସକ୍ରିମର ତିଆରି କରିବା ପାଇଁ କମ୍ପାନି ଏକାଧିକ କଞ୍ଚାମାଲ ବ୍ୟବହାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଆମଦାନୀ ହୋଇଥିଲା। କ୍ଷୀର ପାଉଡର ନ୍ୟୁଜିଲ୍ୟାଣ୍ଡରୁ ଆମଦାନୀ ହୋଇଥିବାବେଳେ ଚକ ପାଉଡର ୟୁକ୍ରେନରୁ ଆମଦାନୀ ହୋଇଥିଲା। ଏହି କାରଣ ପାଇଁ ଆଇସକ୍ରିମରୁ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଆସିବା ପରେ ୧୬୦୦ରୁ ଅଧିକ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦୦ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଅବଶିଷ୍ଟ ନମୁନାଗୁଡିକର ରିପୋର୍ଟ ଆସିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ