ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଅନାଥଙ୍କୁ ସରକାରୀ ସହାୟତାରେ ବିଳମ୍ବ: ରାଜ୍ୟସଭାରେ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ : କରୋନା ମହାମାରୀରେ ଅନାଥ ହୋଇଥିବା ଶିଶୁମାନଙ୍କୁ ସରକାରୀ ସହାୟତା ପ୍ରଦାନରେ ବିଳମ୍ବ ହେଉଛି। ଏହି ଅଭିଯୋଗ ଆଣି ରାଜ୍ୟସଭା ଶୂନ୍ୟକାଳରେ ଚିନ୍ତାପ୍ରକଟ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।

ଆଲୋଚନା ଅବସରରେ ଶ୍ରୀ ପଟ୍ଟନାୟକ ଅନାଥ ଶିଶୁମାନଙ୍କୁ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ କେତେକ ପରାମର୍ଶ ଦେଇଥିଲେ। ପିଏମ୍‌ କେୟାର ଯୋଜନା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା, ପଞ୍ଜୀକରଣ ସମୟ ସୀମା ବୃଦ୍ଧି, ଚିହ୍ନଟ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବା ଓ ମୃତ୍ୟୁ ପ୍ରମାଣପତ୍ର ହାସଲ ନିୟମକୁ କୋହଳ କରିବାକୁ ସେ କହିଥିଲେ। ସେ ଆଶଙ୍କା ବ୍ୟକ୍ତ କରି କହିଲେ, ଶିଶୁମାନଙ୍କ ବେଆଇନ ଚାଲାଣ ଉପରେ ଅଙ୍କୁଶ ନଲାଗିଲେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ବୃଦ୍ଧି ପାଇବ। ଅନାଥ ଶିଶୁମାନଙ୍କ ମାନସିକ ସ୍ବାସ୍ଥ୍ୟ କାଉନସେଲିଂକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେ ସୂଚନା ଦେଇ କହିଲେ, ଲାନସେଟର ରିପୋର୍ଟ‌ ଅନୁସାରେ ଦେଶରେ ମାର୍ଚ ୨୦୨୦ ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ୧୯ ଲକ୍ଷ ଶିଶୁ ଅନାଥ ହୋଇଛନ୍ତି। ତେବେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି। ଏନ୍‌ସିପିସିଆର୍‌ ରିପୋର୍ଟ ଅନୁସାରେ କରୋନା ମହାମାରୀରେ ଦେଶରେ ଏକ ଲକ୍ଷ ୪୭ ହଜାର ୪୯୨ ଶିଶୁ ଅନାଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ହଜାର ଶିଶୁ ଉଭୟ ମାତାପିତାଙ୍କୁ ହରାଇଥିବା ରିପୋର୍ଟରେ କୁହାଯାଇଛି।

ମନ୍ତ୍ରାଳୟ ଦ୍ବାରା ତାରକା ପ୍ରଶ୍ନରେ ଯେଉଁ ସୂଚନା ଦିଆଯାଇଛି, ସେଥିରେ ପିଏମ କେୟାର ସହାୟତ ପାଇଁ ୮ ହଜାର ୯୭୩ ଆବେଦନରୁ ବର୍ତ୍ତମାନ ସୁଦ୍ଧା ୪ ହଜାର ୩୦୧ ଜଣଙ୍କ ପଞ୍ଜୀକରଣ କରାଯାଇଛି। ଏହା ଅନାଥ ଶିଶୁମାନଙ୍କ ପାଇଁ ଏକ ଭଲ ଯୋଜନା ହୋଇଥିଲେ ମଧ୍ୟ ଏଥିରେ ପଞ୍ଜୀକରଣ ହେଉନଥିବାରୁ ସମସ୍ୟା ସୃଷ୍ଟି ହୋଇଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର