ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନାର କଳା ବାଦଲ : ସାତ ଦିନରେ ଚାଲିଗଲେ ପରିବାରର ୪ ସଦସ୍ୟ, ମୃତ୍ୟୁ ସହ ଲଢୁଛନ୍ତି କେବଳ ଜଣେ…

ପୁଣେ ୨୬।୦୪: କରୋନାର ୨ୟ ଲହରୀ ଭାରତରେ କାୟା ମେଳାଇଛି । ଅନେକଙ୍କ ଜୀବନ ନେଇସାରିଲାଣି ଏହି ମହାମାରୀ । ଆଖିପିଛୁଲାକେ ଭାଙ୍ଗିଯାଉଛି ସୁନାର ସଂସାର । ନିଜ ପରିଜନମାନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡୁଛନ୍ତି ଲୋକେ । ଏହିପରିପେକ୍ଷୀରେ ପୁଣେରୁ ଏକ ଦୁଃଖଦ ଖବର ଆସିଛି । ଗତ ୭ ଦିନ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା-ମାଆ ଓ ତାଙ୍କର ୨ ପୁଅ ସାମିଲ ଅଛନ୍ତି ।

ଖବର ଅନୁଯାୟୀ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପୁଣେର ଏକ ପରିବାର ଉପରେ ପଡିଛି କରୋନାର କଳାବାଦଲ । ପରିବାରର ସବୁଠାରୁ ବଡ଼ ପୁଅ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ । ଯାହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ହୋଇଥିଲା । ତେବେ ବଡ଼ ପୁଅ କରୋନାରେ ଆକ୍ରାନ୍ତ ହେବା ପରେ ବାପା-ପୁଅ ମଧ୍ୟ ସଂକ୍ରମିତ ହୋଇଥିଲେ । ଏହାର କିଛି ଦିନ ପରେ ସାନ ଭାଇ ଓ ତାଙ୍କ ସ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଜିଲ୍ଲାର ବିଭିନ୍ନ ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଥିଲା , କିନ୍ତୁ ଏବେ ସାନଭାଇର ସ୍ତ୍ରୀଙ୍କୁ ଛାଡି ଅନ୍ୟ ସମସ୍ତେ କରୋନା ଲାଗି ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରର ପୁଣେରେ ରହୁଥିଲେ ଏହି ପରିବାର । ମୃତକଙ୍କ ନାମ ଯଥାକ୍ରମେ-ଲକ୍ଷ୍ମଣ, ସୁମନ, ଶ୍ୟାମସୁନ୍ଦର ଓ ବିଜୟ କୋଚକର ସାମିଲ ରହିଛନ୍ତି । ଗୋଟିଏ ମେଡିକାଲରେ ସମସ୍ତଙ୍କୁ ସ୍ଥାନ ନମିଳିବାରୁ , ଅଲଗା ଅଲଗା ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଧୀରେ ଧୀରେ ସମସ୍ତଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ଜଣଙ୍କ ପରେ ଜଣେ ଆଖିବୁଜିଲେ । କେବଳେ ସାନ ଭାଇର ସ୍ତ୍ରୀଙ୍କୁ ଛାଡି ପରିବାରର ଅନ୍ୟ ୪ଜଣ ସଦସ୍ୟ କରୋନାରେ ଆଖି ବୁଝିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ