ନୂଆଦିଲ୍ଲୀ ୭/୧୧ : କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ନିଜ ଟ୍ବିଟର ହ୍ୟାଣ୍ଡଲରେ ମଧ୍ୟ ଏବିଷୟରେ ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି ଯେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ଚିନ୍ତାର କୌଣସି ବିଷୟ ନାହିଁ। ସେ ସେମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରୁଛନ୍ତି ଯେଉଁମାନେ ଗତ ସପ୍ତାହରେ ତାଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିଥିଲେ କିମ୍ବା ସେମାନେ ନିଜକୁ ଆଇସୋଲେଟ୍ ରଖନ୍ତୁ।