ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ କାଜୋଲ୍‌, ପୋଷ୍ଟ ସେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ ୩୦।୦୧ : ବର୍ତ୍ତମାନ ସାରା ଦେଶରେ କରୋନାର ତାର କାୟା ବିସ୍ତାର କରି ଚାଲିଛି । ଅନେକ ଦେଶରେ ଲକ୍‌ ଡାନ୍‌ ହୋଇଛି । ଏହାରି ମଧ୍ୟରେ ପୁଣି ଥରେ ବଲିଉଡ୍‌ରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଲାଣି । ଏହାରି ଭିତରେ ଅନେକ ବଲିଉଡ ଏବଂ ଟିଭି କଳାକାରମାନେ ସଂକ୍ରମିତ ହେବା ହୋଇଛନ୍ତି । ଏବେ ଅଭିନେତ୍ରୀ କାଜୋଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ।

କରୋନା ସଂକ୍ରମିତ ହେବା ସହ ସେ ତାଙ୍କ ଝିଅର ଫଟୋ ସେୟାର କରି ପୋଷ୍ଟରେ ଲେଖିଛନ୍ତି, ‘କରୋନା ପରୀକ୍ଷା ପଜିଟିଭ୍‌ ଆସିଛି । ଏବଂ ମୁଁ ମୋର ନାଲି ନାକ ଦେଖାଇବାକୁ ଚାହୁଁ ନାହିଁ, ମୁଁ ମୋ ଝିଅ ନ୍ୟାସା ତୁମକୁ ବହୁତ ମନେ ପକାଉଛି।ଏହା ବ୍ୟତୀତ କହିଛନ୍ତି କି ଖୁବ୍‌ ଶୀଘ୍ର ସୁସ୍ଥ ହେବି । ଅନ୍ୟପଟେ କାଜୋଲଙ୍କ ଏହି ପୋଷ୍ଟ ଦେକି ତାଙ୍କ ଫ୍ୟାନ୍ସମାନେ ତାଙ୍କଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଏହା ସହ ଆଉ ଜଣେ ଲେଖିଛନ୍ତି କି, ‘ନିରାପଦରେ ରୁହ .. ତୁମେ ଏବଂ ଶୀଘ୍ର ସୁସ୍ଥ ହୁଅ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ