ଦେଶ ବିଦେଶ ମନୋରଞ୍ଜନ

କରୋନାକୁ ହରାଇଲେ ନୋରା, ଆସିଲା ନେଗେଟିଭ୍ ରିପୋର୍ଟ କହିଲେ- ସମସ୍ତଙ୍କର ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ

ନୂଆଦିଲ୍ଳୀ ୦୮।୦୧ : ବଲିଉଡ ସୁନ୍ଦରୀ ଗ୍ଲାମରସ୍‌ ତଥା ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି ନିକଟରେ କରୋନା ସଂକ୍ରମିତ ଥିଲେ । କିନ୍ତୁ ଏବେ ସେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ନୋରା କରୋନାଙ୍କୁ ହରାଇଛନ୍ତି। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏନେଇ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ସେୟାର କରି କହିଛନ୍ତି କି, ସେ ଏବେ ଭଲ ଅଛନ୍ତି, ଏବଂ ନିଜର ଷ୍ଟ୍ରେନ୍ଥ ଓ ଏନର୍ଜୀ ଧିରେ ଧିରେ ଫେରାଇବାକୁ ଲାଗିଛନ୍ତି।

ନୋରା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି – ହେଲୋ ଫ୍ରେଣ୍ଡସ୍‌, ମୋ ରିପୋର୍ଟ କରୋନା ନେଗେଟିଭ୍ ଆସିଛି। ଆପଣଙ୍କ ସମସ୍ତଙ୍କର ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ। ଯେଉଁମାନେ ମୋତେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ। ଏହା ମୋ ପାଇଁ ବହୁତ କଷ୍ଟକର ସମୟ ରହିଛି। ମୁଁ ଶୀଘ୍ର କାମକୁ ଫେରିବି। ସେଥିପାଇଁ ପ୍ରଥମେ ମୋତେ ନିଜର ଷ୍ଟ୍ରେନ୍ଥ ଏବଂ ଏନର୍ଜୀ ଫେରାଇବାକୁ ପଡ଼ିବ।

ନୋରା ଏହାକୁ ନେଇ ଆହୁରି କହିଛନ୍ତି, ଏହି ନୂଆ ବର୍ଷରେ ମୁଁ ନିଜକୁ ମଜବୁତର କରିବା ସହିତ କାମ କରିବାକୁ ଚାହୁଁଛି, ଆପଣ ସମସ୍ତେ ସୁରକ୍ଷିତ ରୁହନ୍ତୁ। ନୋରାଙ୍କ ବ୍ୟତୀତ ଅଭିନେତା ଜନ୍ ଆବ୍ରାହମ୍, ତାଙ୍କ ପତ୍ନୀ ପ୍ରିୟାଙ୍କ ସମେତ ଅନେକ କଳାକାର ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ