ମୁମ୍ବାଇ ୩୧।୦୭: ବୟସ ୪୦। ଦୁଇ ସନ୍ତାନର ମା’ ହୋଇସାରିଲେଣି । ତଥାପି କମିନି ଜୱାନୀର ଜଲୱା । ଟିକିଏ ବି ଫିକା ପଡ଼ିନାହିଁ ସୁନ୍ଦରତା। ଦିନକୁ ଦିନକୁ ଷ୍ଟାଇଲିସ୍ ଦେଖାଯାଉଛନ୍ତି କରୀନା। ବରଂ ଦିନକୁ ଦିନ ଆହୁରି ଝଟକୁଛନ୍ତି । ଆଜି ଯାଏ କହିଆସିଛନ୍ତି ସେ ଯେତେଦିନ ଚାହିଁବେ ସେତେଦିନ ଅଭିନୟ କରିବେ । କିନ୍ତୁ ବଲିଉଡ ବାହାରେ ନୁହେଁ । ଯେଉଁ ଚରିତ୍ର ମିଳୁ ପଛେ ବଲିଉଡ ଛାଡ଼ି କୁଆଡ଼େ ଯିବେ ନାହିଁ । ବିଶେଷ କରି ସାଉଥ ସିନେମା ପ୍ରତି ତାଙ୍କର ଟିକେ ଅଲଗା ମନୋଭାବ ଥିଲା । ଏମିତି ନୁହେଁ ଯେ ତାଙ୍କୁ କେବେ ଦକ୍ଷିଣ ସିନେମାରେ ସୁଯୋଗ ମିଳିନାହିଁ । କିନ୍ତୁ କରୀନାଙ୍କ ମନରେ ଦକ୍ଷିଣୀ ଫିଲ୍ମ ପ୍ରତି ମନୋଭାବ ଟିକେ ଭିନ୍ନ ଜଣାପଡ଼େ । ଅନେକ ସମୟରେ ଏ ବିଷୟରେ ତାଙ୍କୁ ପ୍ରଶ୍ନ ବି କରାଯାଇଛି । ହେଲେ ସେସବୁ ପ୍ରଶ୍ନର ଉତ୍ତର ବଡ଼ ଚତୁରତାର ସହ ଏଡ଼ାଇ ଯାଇଛନ୍ତି କରୀନା । ଏବେ କିନ୍ତୁ ତାଙ୍କ ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି ।
ବି-ଟାଉନର ତାରକାମାନେ ଦକ୍ଷିଣ ସିନେମାରେ ଅଭିନୟ କରିବା ଏବଂ ଦକ୍ଷିଣ ସିନେମା ରୋଜଗାର ଦୃଷ୍ଟିରୁ ବଲିଉଡ ସିନେମାକୁ ପଛରେ ପକାଇଦେବା ଭଳି ଘଟଣା ହୁଏତ କରୀନାଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ସେଥିପାଇଁ ସେ ଦକ୍ଷିଣ ସିନେମାରେ ଅଭିନୟ କରିବେ ବୋଲି ରାଜି ହୋଇଛନ୍ତି। ତା’ହେଲେ ଏତେଦିନ ଯାଏ କାହିଁକି ଦକ୍ଷିଣ ସିନେମାରେ ମୁହଁ ଦେଖାଇନଥିଲେ ବୋଲି ପ୍ରଶ୍ନ ବି ଉଠିଛି ।
କରୀନାଙ୍କ ସିଧା ଜବାବ ହେଲା ମରାଠି ଓ ଦକ୍ଷିଣ ଭାରତୀୟ ଭାଷାରେ ସେ ସେତେ ସହଜ ନୁହନ୍ତି । ସେଥିପାଇଁ ସେ ଏତେଦିନ ଧରି ମରାଠି କି ଦକ୍ଷିଣୀ ଫିଲ୍ମର ଅଂଶ ହୋଇନାହାନ୍ତି । ଏବେ ଶୁଣିବାକୁ ମିଳୁଛି କରୀନାଙ୍କୁ ଖୁବ୍ ଶୀଘ୍ର ଏକ ଦକ୍ଷିଣ ଭାରତୀୟ ସିନେମାରେ ଦେଖିବାକୁ ମିଳିପାରେ । ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍’ରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ନଜର ଆସିପାରନ୍ତି । ତେବେ ନାୟିକା ନୁହେଁ, ଖଳନାୟିକା ଚରିତ୍ରରେ ହିଁ ଅଭିନୟ କରିବେ ବୋଲି କରୀନା ରାଜି ହୋଇଛନ୍ତି ।

