କଳା ଓ ସଂସ୍କୃତି ଧର୍ମ

କରି କରାଉ ଥାଏ ମୁହିଁ , ମୋ ବିନୁ ଅନ୍ୟଗତି ନାହିଁ | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ବେଳେ ଦେଖିବାରୁ ମିଳିଲା ଏପରି ଚିତ୍ର

ପୁରୀ- କରି କରାଉଥାଏ ମୁହିଁ , ମୋ ବିନୁ ଅନ୍ୟଗତି ନାହିଁ | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ବେଳେ ଏମିତି ଏକ ଚିତ୍ର ଆମ ସାମ୍ନାକୁ ଆସିଛି, ଯାହା ଦେଖିଲେ ଏହା ହିଁ କହିହେବ | ଲଙ୍ଗୁଳି ମଠ ଉଚ୍ଛେଦ ହେଲା ହେଲେ ଏଠାରେ ଥିବା ମନ୍ଦିରକୁ ଛାଡ଼ି ଦିଆଗଲା | ଆଉ ସେ ମନ୍ଦିରର ଚିତ୍ର କହୁଛି, ସତେ ଯେମିତି କାଳିଆ ସାଆନ୍ତ ନିଜେ ନିଜରୁ ମୁକ୍ତ କରିଛନ୍ତି | ଦୀର୍ଘ ଦିନର ବନ୍ଦୀ ଜୀବନରୁ ବାହାରି ଆସିଛନ୍ତି | କଥାକୁ ସରଳ ଭାବେ ବୁଝାଇ କହୁଛୁ | ଲଙ୍ଗୁଳି ମଠ ମନ୍ଦିରରେ କାହିଁ କେଉଁକାଳରୁ ପୂଜା ପାଇ ଆସୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି | ଏମାନଙ୍କ ମୁହଁ ଶ୍ରୀମନ୍ଦିର ଆଡ଼କୁ ଥିଲା | ହେଲେ ଜାଣି ଆଶ୍ଚର୍ଯ୍ୟ ଲାଗୁଛି, ବ୍ୟବସାୟ ଉଦ୍ଦେଶ୍ୟରେ ମଠ ପକ୍ଷରୁ ମହାପ୍ରଭୁଙ୍କ ମୁଖ୍ୟଦ୍ୱାରକୁ ବନ୍ଦ କରିଦିଆଯାଇଥିଲେ | ସେଠାରେ ଦୋକାନ ଘର କରି ଭଡ଼ାରେ ଲଗାଯାଇଥିଲା | ଆଉ ଏବେ ମଠ ସହ ସେହି ଦୋକାନ ସବୁ ଉଚ୍ଛେଦ ପରେ ଖୋଲି ଯାଇଛି ମହାବାହୁଙ୍କ ମୁଖ୍ୟ ଦ୍ୱାର | ଶ୍ରୀମନ୍ଦିରକୁ ଚାହିଁ ଦାଉ ଦାଉ ହୋଇ ଝଲସୁଛି ଚକାନୟନ |
ମଠବାଡ଼ିର ଜଗନ୍ନାଥ ସଂସ୍କୃତି ପ୍ରତି ସମ୍ମାନ ସବୁବେଳେ ଉଦାହରଣ ସୃଷ୍ଟି କରିଛି | ହେଲେ ଲଙ୍ଗୁଳି ମଠରେ ବର୍ଷ ବର୍ଷ ଧରି ଖୋଦ୍ ଜଗନ୍ନାଥଙ୍କ ଏଭଳି ସ୍ଥିତି ସମସ୍ତଙ୍କୁ ଚକିତ କରିଛି | ସେପଟେ ଉଚ୍ଛେଦ ସରିବା ପରେ ଏବେ ମହନ୍ତ କହୁଛନ୍ତି, ଜଗନ୍ନାଥଙ୍କୁ ଏଭଳି ରଖିବା ଠିକ୍ ନ ଥିଲା | ତାଙ୍କ ପୂର୍ବର ମହନ୍ତ ମାନେ ଏ ନିଷ୍ପତ୍ତି ନେଇ ଥିବାରୁ ସେ ଏହାର ସଂଶୋଧନ କରି ପାରି ନ ଥିଲେ | ହେଲେ ଏବେ ଯାହା ହୋଇଛି ଜଗନ୍ନାଥଙ୍କ ଇଚ୍ଛା |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ