ଖେଳ ଦେଶ ବିଦେଶ

କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍

କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପ୍ରଥମ ମ୍ୟାଚ ଖେଳିବାର ଅବ୍ୟବହିତ ପୂର୍ବରୁ ସୁରକ୍ଷା ଆଶଙ୍କା କାରଣ ଦର୍ଶାଇ ହଠାତ ପାକିସ୍ତାନ ଛାଡି ପଳାଇ ଯିବା ପରେ ଏକ ଖରାପ ପରିସ୍ଥିତି ସୃଷ୍ଟି ହୋଇଥିଲା ।ସେହିପରି ନ୍ୟୁଜିଲାଣ୍ଡର ପଦାଙ୍ଗ ଅନୁସରଣ କରି ଇଂଲଣ୍ଡର ପୁରୁଷ ଓ ମହିଳା କ୍ରିକେଟ ଦଳ ମଧ୍ୟ ପାକିସ୍ତାନ ବିପକ୍ଷ ସିରିଜ ଖେଳିବା ପାଇଁ ମନା କରି ଦେଇଥିଲା । ତେଣୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ତେବେ ଏହି ସ୍ଥିତାବସ୍ଥାରେ ସୁଧାର ଆଣିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଉଦ୍ୟମ ଜାରି ରଖିଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଉପରେ ଅଧିକ ଗୁରୁତ୍ୱ ଦେଉଛି ।

ଗୁରୁବାର ଦିନ ୱେଷ୍ଟଇଣ୍ଡିଜ ଦଳ କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆ ଯାଇଥିଲା । ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ପାକିସ୍ତାନ- ୱେଷ୍ଟଇଣ୍ଡିଜ ସିରିଜ । ଦୁଇ ଦେଶ ମଧ୍ୟରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ । ପୁଣି ସୂଚାଇ ଦିଆଯାଇ ପାରେ ଯେ ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଲାହୋର ସ୍ଥିତ୍‌ ଗଦାଫି ଷ୍ଟାଡିୟମ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହୋଇଥିଲେ । ସେହି ଦିନ ଠାରୁ କୌଣସି ବିଦେଶୀ ଦଳ ନିର୍ଭୟରେ ପାକିସ୍ତାନ ଗସ୍ତରେ ଯାଇ ପାରୁନି । ତେଣୁ ଏହି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବରାବର ଉଦ୍ୟମ ଚଳାଇବା ସହ ଧୀରେଧୀରେ ବିଦେଶୀ ଦଳକୁ ଆମନ୍ତ୍ରଣ କରି ଦ୍ୱିପ।କ୍ଷିକ ସିରିଜ ଖେଳିବା ପାଇଁ ପ୍ରୟାସ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ