ଖେଳ

କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରି ଛାଇଗଲେ ଦୀନେଶ, କାର୍ତ୍ତିକଙ୍କ ଷ୍ଟନିଂ ଲୁକରେ ଫିଦା ପ୍ରଶଂସକ

ନୂଆଦିଲ୍ଲୀ ୨୧/୬ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ ସହ ଭାରତର କିମ୍ବଦନ୍ତୀ କ୍ରିକେଟର ଦୀନେଶ କାର୍ତ୍ତିକ କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରିଛନ୍ତି । ସେ କମେଣ୍ଟ୍ରି ବକ୍ସରେ ପ୍ରବେଶ କରିବା ମାତ୍ରେ ହିଁ ଦୀନେଶ କାର୍ତ୍ତିକ ପୂରା ଛାଇଯାଇଥିଲେ । ଦର୍ଶକଙ୍କୁ ଯୋଗାଇଥିଲେ ଜୋରଦାର ମନୋରଞ୍ଜନର ଖୁରାକ୍ ।

କେବଳ ସେତିକି ନୁହେଁ ଦୀନେଶ କାର୍ତ୍ତିକ ସୁଯୋଗ ପାଇ ମାଇକେଲ ଭନଙ୍କ ଭଳି ଖେଳାଳିଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡି ନଥିଲେ । କାର୍ତ୍ତିକଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ମଧ୍ୟ WTC ଫାଇନାଲ ପାଇଁ ମନ୍ତବ୍ୟ ପ୍ୟାନେଲର ଏକ ଅଂଶ ଅଟନ୍ତି । ମ୍ୟାଚ୍‌ର ଦ୍ୱିତୀୟ ଦିନରେ ହୁସେନ୍‌ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ରୋହିତ ସର୍ଟ ବଲରେ ଭଲ ଖେଳନ୍ତି ।

ସ୍ପିନ୍ ବିପକ୍ଷରେ ତାଙ୍କ ଗୋଡକୁ ସେ ଭଲ ବ୍ୟବହାର କରିଥାନ୍ତି । କାର୍ତ୍ତିକ ହୁସେନଙ୍କ ଏହି ମନ୍ତବ୍ୟକୁ ଟାର୍ଗେଟ କରିଥିଲେ । ଏହାର ଉତ୍ତରରେ କାର୍ତ୍ତିକ ନାସିରଙ୍କୁ କହିଥିଲେ, ହଁ, ତୁମର ବିପରୀତ । କାର୍ତ୍ତିକଙ୍କ ଏହି ଉତ୍ତରରେ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି । ଜଣେ ପ୍ରଶଂସକ ଟ୍ୱିଟରରେ ଲେଖିଛନ୍ତି, “କାର୍ତ୍ତିକ ମନ୍ତବ୍ୟର ସ୍ତରକୁ ଉଚ୍ଚରେ ରଖିଛନ୍ତି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସିଧା ସଳଖ ପ୍ରତିଟି ପଏଣ୍ଟକୁ ଜଣାଉଛନ୍ତି ।

ତେବେ ଦୀନେଶ କାର୍ତ୍ତିକ ଏପର୍ଯ୍ୟନ୍ତ କ୍ରିକେଟରୁ ସନ୍ୟାସ ନେଇନାହାଁନ୍ତି । ଦୀନେଶ କାର୍ତ୍ତିକ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ । ସେପ୍ଟେମ୍ବରରେ ସେ ମାଇକ୍ ବଦଳରେ ବ୍ୟାଟ୍ ଧରି ପଡିଆରେ ବ୍ୟାଟିଂ ଚମତ୍କାର କରୁଥିବା ଦେଖିବାକୁ ମିଳିବ । ତେବେ ଦୀନେଶ କାର୍ତ୍ତିକ ନିକଟରେ ତାଙ୍କର ହୃଦୟର କଥା ପ୍ରକାଶ କରିଥିଲେ । କାର୍ତ୍ତିକ କହିଥିଲେ ଯେ ୨୦୧୯ ଏକଦିବସୀୟ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ହେତୁ ଟିମ୍ ଇଣ୍ଡିଆକୁ ଫେରିବା ସମ୍ଭାବନା ନାହିଁ କହିଲେ ଠିକ୍ ହେବ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ