ଦେଶ ବିଦେଶ ମନୋରଞ୍ଜନ

କମେଡିଆନ୍‌ ସୁନୀଲ୍‌ ଗ୍ରୋଭରଙ୍କର ହେଲା ହାର୍ଟ ସର୍ଜରୀ, ଟ୍ୱିଟ୍‌ କରି ସୂଚନା ଦେଲେ ଅଭିନେତ୍ରୀ ସିମି ଗରେୱାଲ

ମୁମ୍ବାଇ ୦୩।୦୨: ବହୁ ଲୋକପ୍ରିୟ କମେଡିଆନ ସୁନୀଲ ଗ୍ରୋଭର ତଥା ଗୁଥି ଏବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦ କପିଲ ଶର୍ମା ଶୋ’ରୁ ଗୁଥି ଏବଂ ଡକ୍ଟର ମସହୁର ଗୁଲାଟି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଜିତିଥିବା ସୁନୀଲ ଗ୍ରୋଭର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି। ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଛି। ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଅଭିନେତ୍ରୀ ସିମି ଏହି କମେଡି ଷ୍ଟାରଙ୍କର ଜଣେ ବଡ ଫ୍ୟାନ୍‌। ଏନେଇ ସେ ନିଜେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ସୁନୀଲଙ୍କର ହାର୍ଟ ସର୍ଜରୀ ହୋଇଛି। ଏହା ମୁଁ ଜାଣିବା ପରେ ମୋତେ ଶକ୍ତ ଝଟ୍‌କା ଲାଗିଥିଲା। ଯେଉଁ ବ୍ୟକ୍ତି ଆମକୁ ହସାଉଛି ଖୁସି କରୁଛି ସେ ଆଜି ଅସୁସ୍ଥ ହୋଇପଡିଛି। ଏହା ଶୁଣି ମୁଁ ଭାଙ୍ଗି ପଡିଛି। ମୁଁ ପ୍ରାର୍ଥନା କରୁଛି ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ।

ହାର୍ଟ ସର୍ଜରୀ ପରେ ସନୀଲ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ସେ ଏବେ ବିପଦ ମୁକ୍ତ। ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି। ସୁନୀଲଙ୍କ ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନ୍‌ମାନଙ୍କୁ ଭାଇରାଲ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ଫଟୋ ସେୟାର କରି ସୂଚନା ଦେଇଛି। ତାଙ୍କ ଫ୍ୟାନ୍‌ମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ