ଦେଶ ବିଦେଶ ମନୋରଞ୍ଜନ

କମେଡ଼ିଆନ୍ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ ୨୩/୧୧: ଡ୍ରଗ୍ ମାମଲାରେ ଗିରଫ ହୋଇଥିବା କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଜାମିନ ମିଳିଯାଇଛି। ଶନିବାର ଏନସିବି ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ସେଠାରୁ ଗଞ୍ଜେଇ ଜବତ କରାଯାଇଥିଲା। ପଚରାଉଚରାରେ ଭାରତୀ ଡ୍ରଗ୍ସ ନେଉଥିବା ମାନିଥିଲେ।

କମେଡ଼ିଆନ୍ ଭାରତୀ ସିଂହଙ୍କୁ ପାଖାପାଖି ୬ଘଣ୍ଟା ପଚରାଉଚୁରା କରିବା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ବାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରବିବାର ପ୍ରଥମେ ଭାରତୀ ଏବଂ ହର୍ଷଙ୍କୁ କରୋନା ଟେଷ୍ଟ ପାଇଁ ନିଆଯାଇଥିଲା ଏବଂ ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷ କୋର୍ଟରେ ହାଜର ହୋଇଥିଲେ।


୨ଜଣ ଡ୍ରଗ୍ ପେଡଲର୍ସଙ୍କ ସହ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ କୋର୍ଟରେ ହାଜର ହୋଇଥିଲେ। ଏନସିବି କୋର୍ଟକୁ ଭାରତୀଙ୍କ ସ୍ବାମୀ ହର୍ଷଙ୍କ ରିମାଣ୍ଡ ମାଗିଥିଲା କିନ୍ତୁ ଏଥିରେ ମଞ୍ଜୁରୀ ମିଳିନଥିଲା। ଏହା ପରେ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହେପାଜତରେ ଜେଲ୍ ପଠାଇ ଦେଇଥିବାବେଳେ ୨ପେଡଲର୍ସଙ୍କ ରିମାଣ୍ଡ ଏନସିବିକୁ ମିଳିଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ