ଅପରାଧ ରାଜ୍ୟ

କମୁନି ଜାଇକା ଯନ୍ତ୍ରଣା, ଦୋଷ ଲୁଚାଇବାକୁ ଲୁଚାଛଫାରେ ମରାମତି କରିଦେଲେ ଯନ୍ତ୍ରୀ

କଟକ ୧୮/ ୦୭: କଟକରେ କମୁନି ଜାଇକା ଯନ୍ତ୍ରଣା । ଚାରି ଫୁଟ ଦବିଗଲା କଟକ-ତୁଳସୀପୁର ହାଇକୋର୍ଟ କଲୋନୀ ରାସ୍ତା । ଫଳରେ ଜନ ଅସନ୍ତୋଷ ବଢିବାରୁ ତରବରିଆ ଭାବେ ତାଳିପକା କାମ ଆରମ୍ଭ ହୋଇଛି । କିନ୍ତୁ ସମସ୍ୟା କେବଳ ସେହି ଗୋଟିଏ ସ୍ଥାନର ନୁହେଁ । ସେଲ୍ଟର ଛକରୁ ବିଜୁ ପଟ୍ଟନାୟକ ଛକ ଯାଏଁ ଲମ୍ବିଥିବା ପ୍ରାୟ ତିନି କିଲୋମିଟର ବିଶିଷ୍ଟ ରାସ୍ତାରେ ଏମିତି ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଗତ ରାତିରେ ପ୍ରାୟ ଅଣ୍ଟାଏ ତଳକୁ ଏହି ରାସ୍ତା ଦବିଯାଇଥିଲା । ଆଉ ଆଜି ସକାଳୁ ଆରମ୍ଭ ହୋଇଛି ତାଳିପକା କାମ । ନିକଟରେ ଜାଇକା କର୍ତ୍ତୃପକ୍ଷ ସ୍ଵରେଜ ଲାଇନ୍ କାମ ସାରିବା ପରେ, ଏଠାରେ ରାସ୍ତା ନିର୍ମାଣ ହୋଇଥିଲା । କିନ୍ତୁ ମ୍ୟାନ ହୋଲର ଚତୁର୍ପାର୍ଶ୍ୱକୁ ଯେମିତି ବାଲି ଫିଲିଂ କରାଯିବା କଥା, ତାହା କରାଗଲା ନାହିଁ ।

ତେବେ ଅସୁବିଧା କେବଳ ଏହି ସ୍ଥାନରେ ହୋଇନାହିଁ , ସେଲ୍ଟର ଛକ ଠାରୁ ବିଜୁ ପଟ୍ଟନାୟକ ଛକ ଯାଏଁ ଲମ୍ବିଥିବା ପ୍ରାୟ ତିନି କିଲୋମିଟର ବିଶିଷ୍ଟ ରାସ୍ତାର ସବୁ ସ୍ଥାନରେ ପ୍ରାୟ ଏହି ସମାନ ଅବସ୍ଥା । କେଉଁଠି ମ୍ୟାନ ହୋଲ ଦବି ଗଲାଣି ତ ପୁଣି କେଉଁଠି ସ୍ୱେରେଜ କାମ ଲାଗି ରାସ୍ତା ତମାମ ଖାଲ । ତେଣୁ ବୁଦ୍ଧିଜୀବୀ ମାନେ ଆଶଙ୍କା ପ୍ରକଟ କଲେଣିକି ଯଦି ଏହି ଅବସ୍ଥା ରୁହେ । ତେବେ ହୁଏତ ଦିନେ ପୁରା କଟକ ସହର ତଳକୁ ଦବିଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।