ରାଜ୍ୟ ସ୍ପେଶାଲ ରିପୋର୍ଟ

କମିସନରେଟ ପୁଲିସର ସଫଳତା: ଚଳିତ ବର୍ଷ ୬୧ଟି ମାମଲାରେ ଆସିଛି ରାୟ, ଦୋଷୀ ହୋଇଛନ୍ତି ଦଣ୍ଡିତ

ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବର ୯ ସୁଦ୍ଧା କମିସନରେଟ ପୁଲିସର ମୋଟ ୬୧ଟି ମାମଲାର ରାୟ ପ୍ରକାଶ କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି। ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ସର୍ବାଧିକ ମାମଲାର ତଦନ୍ତ ସମ୍ପୂର୍ଣ୍ଣ କରାଯାଇ ଦୋଷୀକୁ ଦଣ୍ଡିତ କରାଯାଇଛି। ଅକ୍ଟୋବର ମାସ ସୁଦ୍ଧା ହିସାବକୁ ନେଲେ ୨୦୨୨ ଅପେକ୍ଷା ଏହି ସଂଖ୍ୟା ପ୍ରାୟ ୬୨୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଗକୁ ମଧ୍ୟ ଏହି ସଂଖ୍ୟାରେ ବୃଦ୍ଧି ପାଇବ। ଦଣ୍ଡାଦେଶ ହୋଇଥିବା ୬୧ଟି ମାମଲା ମଧ୍ୟରୁ ସର୍ବାଧିକ ୪୨ଟି ମାମଲା ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ ଯେପରିକି, ଚୋରି, ଡକାୟତ, ଲୁଟ୍ ଭଳି ମାମଲାରେ ଜଡ଼ିତ ଅପରାଧୀମାନଙ୍କୁ ଦଣ୍ଡବିଧାନ କରାଯାଇଛି। ସେଥିମଧ୍ୟରୁ ଇରାନୀ ଗ୍ୟାଙ୍ଗର ୪ଟି, ବାୱରିୟା ଗ୍ୟାଙ୍ଗର ୧ଟି ଓ ଗାଡି କାଚଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗର ୩ଟି ମାମଲାରେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇସାରିଥିବା ବେଳେ କଛା ଗ୍ୟାଙ୍ଗର ଶୁଣାଣି ପ୍ରକ୍ରିୟା ବର୍ତ୍ତମାନ ଅଦାଲତରେ ଚାଲୁରହିଛି।

ସ୍ଥାନୀୟ ଅପରାଧୀ ଯଥା ନୂଆପଲ୍ଲୀ ଥାନା ପୁଲିସ ଦ୍ବାରା ଦିନରେ ଡେଲିଭରି ବଏ ଓ ରାତିରେ ଘରେ କଳାକନା ବୁଲାଉଥିବା ଚୋର ସଞ୍ଜୟ ନିଶଙ୍କ, ସ୍ତ୍ରୀକୁ ଖୁସି କରାଇବାକୁ ଯାଇ ଲୁଟ୍ କରୁଥିବା ବଡ଼ଗଡ଼ ଥାନା ଅଞ୍ଚଳର ରଞ୍ଜନ ପ୍ରଧାନ, ଖଣ୍ଡଗିରି ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା କୁଖ୍ୟାତ ଲୁଟେରା ଚନ୍ଦନ ନାୟକ, ସହିଦନଗର ଥାନା ଦ୍ବାରା ଗିରଫ ହୋଇଥିବା ହାଇୱେ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ଘଡେଇ, ଚୋର ସିମାଞ୍ଚଳ ସୁବୁଦ୍ଧିଙ୍କୁ ମଧ୍ୟ ସଜା ହୋଇସାରିଛି। ଏହାସହ ୪ଜଣ ହତ୍ୟା ଆସାମୀ, ଯେପରିକି ୧୯୯୫ ମସିହାରେ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଓ ୧୯୯୬ ମସିହାରେ ଘଟିଥିବା ଖଣ୍ଡଗିରି ଥାନା ଅଞ୍ଚଳରେ କ‌ମେଣ୍ଟମରାକୁ ନେଇ ଟ୍ରିପଲ ମର୍ଡର ମାମଲାରେ ଭୁବନେଶ୍ବର କୋର୍ଟ ତିନି ଅଭିଯୁକ୍ତ ବିଶ୍ବଜିତ ଦାସ, ଚିତ୍ତରଞ୍ଜନ ପାଢ଼ୀ ଓ ରୁଦ୍ର ନାରାୟଣ ସାହୁଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଛି। ସେହିପରି ୨ଜଣ ଦୁଷ୍କର୍ମକାରୀଙ୍କୁ ମଧ୍ୟ ସଜା ହୋଇସାରିଛି। ୨୦୧୮ ମସିହାରେ ଜଟଣୀ ଦୁଷ୍କର୍ମ ମାମଲାରେ ଶୁଭଙ୍କର ପଲ୍‌କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ସୂଚନାନୁସାରେ, ୨୦୨୧ ନେସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ(ଏନସିଆରବି) ଅନୁଯାୟୀ ଓଡ଼ିଶା ପୁଲିସ ବିଭିନ୍ନ ମାମଲାର ତଦନ୍ତ କରି ଦୋଷୀଙ୍କୁ ସଜା ଦେବାରେ ଦେଶରେ ଆସାମ ପରେ ସବୁଠାରୁ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ଆସାମ ପୁଲିସ ୫.୬ ପ୍ରତିଶତ ଦୋଷୀଙ୍କୁ ଦଣ୍ଡିତ କରିଥିବା ବେ‌ଳେ ଓଡ଼ିଶା ପୁଲିସ ମାତ୍ର ୫.୭ ପ୍ରତିଶତ ଦୋଷୀଙ୍କୁ ସଜା ଶୁଣାଇବାରେ ସକ୍ଷମ ହୋଇଥିଲା‌। ଓଡ଼ିଶାରେ ୨୦୨୦ ମସିହାରେ ମୋଟ୍‌ ୯୧୩ ଜଣ ଦୋଷୀଙ୍କୁ ଦଣ୍ଡାଦେଷ ହୋଇଥିବା ବେ‌ଳେ ୨୦୨୧ ମସିହାରେ ଏହି ସଂଖ୍ୟା‌ ୬୦୧କୁ ଖସିଆସିଥିଲା। କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟାରେ ଉନ୍ନତି ଆସିବ ବୋଲି ଓଡ଼ିଶା ପୁଲିସ ଆଶାବାଦୀ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।