ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର, : ବୁଧବାର ଦିନ ମଶା ପ୍ରସଙ୍ଗକୁ ନେଇ ବିଏମ୍ସି କାର୍ଯ୍ୟାଳୟରେ ବିଜେପି କର୍ମୀ-କମିସନର ମୁହାଁମୁହିଁ ହୋଇଛନ୍ତି। ବିଜେପି ପ୍ରତିନିଧି ଦଳକୁ କମିସନର ଗିରଫ ଧମକ ଦେବାପେର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିହୋଇଛି। ପ୍ରତିବାଦରେ ବିଜେପି କର୍ମୀମାନେ ଧାରଣାରେ ବସିଥିବା ବେଳେ ମେୟର୍ ପହଞ୍ଚି କମିସନରଙ୍କ ତରଫରୁ କ୍ଷମା ମାଗିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସହରରେ ମଶା ପ୍ରାଦୁର୍ଭାବକୁ ନେଇ ବିଏମ୍ସି କମିସନରଙ୍କୁ ଭେଟିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସମସ୍ତେ ଦଳବଳ ହୋଇ କାର୍ଯ୍ୟାଳୟ ଭିତରକୁ ଧସେଇ ପଶୁଥିବା ବେଳେ କମିସନର୍ ଜେ.ସୋନାଲ୍ କେବଳ ଚାରିଜଣ ପ୍ରତିନିଧି ଆଲୋଚନା ପାଇଁ ଆସିବାକୁ କହିଥିଲେ। ମାତ୍ର, ଦଳର କାର୍ଯ୍ୟକର୍ତ୍ତା ଏହାକୁ ଭ୍ରୂକ୍ଷେପ ନକରି ଜବରଦସ୍ତି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହିସମୟରେ କମିସନର୍ ହଠାତ୍ ଉତ୍କ୍ଷିପ୍ତ ହେବା ସହିତ ପୁଲିସ ଡକାଇ ଗିରଫ କରିବାକୁ ବିଜେପି ପ୍ରତିନିଧିଙ୍କୁ ଧମକ ଦେଇଥିଲେ। ଯାହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନିନ୍ଦା କରିବା ସହ କମିସନରଙ୍କ ଏଭଳି ଆଚରଣ ନେଇ କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିଲେ।
ପରିସ୍ଥିତି ଗମ୍ଭୀର ହେଉଥିବା ଦେଖି ତୁରନ୍ତ ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି ଓ ବିଜେଡିର ବହୁ କର୍ପୋରେଟର ଏବଂ ସମର୍ଥକ ଧାରଣା ସ୍ଥଳକୁ ଆସିଥିଲେ। ଧାରଣାରତ ବିଜେପି ପ୍ରତିନିଧି ଦଳକୁ ବୁଝାସୁଝା କରି ଶେଷରେ ମେୟର ଶ୍ରୀମତୀ ଦଳାଇ କମିସନରଙ୍କ ବ୍ୟବହାର ନେଇ ଦୁଃଖ ପ୍ରକାଶ କରିବା ସହ କମିସନର୍ଙ୍କ ତରଫରୁ କ୍ଷମା ମାଗିଥିଲେ। ଏହାପରେ ବିଜେପି ପ୍ରତିନିଧି ଦଳ ଧାରଣାରୁ ଉଠିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l