ଭୁବନେଶ୍ୱର ୧୪/୦୭: କମିଶନରେଟ ପୋଲିସକୁ ବିପୁଳ ସଫଳତା । ପୋଲିସ ପଞ୍ଝାରେ ଧରାପଡିଛନ୍ତି ତିନି ହାଇୱେ ଲୁଟେରା । ମାଷ୍ଟର ମାଇଣ୍ଡ ସନ୍ତୋଷ ନାୟକ ସମେତ ପ୍ରଶାନ୍ତ ଘଡେଇ ଓ ସୁରଜ ଘଡେଇକୁ କାବୁ କରିଛି ସହିଦନଗର ଥାନା ପୋଲିସ ।
ଏମାନଙ୍କ ନିକଟରୁ ୧୦୦ରୁ ଅଧିକ ମୋବାଇଲ ସୁନା ଗହଣା ସମେତ ଦୁଇଟି ପଲସର ବାଇକ୍ ଜବତ ହୋଇଛି । ଏହି ଲୁଟେରାମାନେ କେବଳ ରାଜଧାନୀ ନୁହଁ ଖୋର୍ଦ୍ଧା, କଟକ, ପୁରୀ ରାସ୍ତାରୁ କରୁଥିଲେ ଲୁଟ୍ପାଟ । ପୋଲିସ ଏମାନଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ କରୁଛି ।