କଳା ଓ ସଂସ୍କୃତି ଦେଶ ବିଦେଶ

କମିଲା ସୁନା ଦର: ରୁପା ବି ହେଲା ଶସ୍ତା, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ ୨୭/୧୦ : ରାଜଧାନୀ ଦିଲ୍ଲୀରେ ସୁନା ଦର ବୁଧବାର ଦିନ ୨୪୪ ଟଙ୍କା ହ୍ରାସ ପାଇଛି। ନୂଆ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୭୪୭ ଟଙ୍କାରେ ପହଞ୍ଚିଛି। HDFC ସିକ୍ୟୁରିଟି ଅନୁଯାୟୀ, ଏଥିପାଇଁ ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁର ଦାମ ହ୍ରାସ ପାଇବାରୁ ସୁନା ଦର ହ୍ରାସ ପାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୯୯୧ ଟଙ୍କା ଥିଲା।

ସୁନା ସହ ରୁପା ଦର ମଧ୍ୟ ହ୍ରାସ ପାଇଛି। ରୁପା ୬୫୪ ଟଙ୍କା ହ୍ରାସ ପାଇକିଲୋ ପ୍ରତି ୬୩ ହଜାର ୪୮୯ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଦିନ ରୁପା କିଲୋ ପ୍ରତି ୬୪ ହଜାର ୧୪୩ ଟଙ୍କା ଥିଲା।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ହ୍ରାସ ସହ ଆଉନ୍ସ ପ୍ରତି ୧୭୮୭ ଡଲାର ଟ୍ରେଡ଼ କରୁଛି। ରୁପା ଆଇଁସ ପ୍ରତି ୨୩.୯୪ ଡଲାର ରହିଛି। ଅପରପକ୍ଷରେ ମୁମ୍ବାଇରେ ସୁନା ଦର ୧୦ ଗ୍ରାମ ପ୍ରତି ୪୭ ହଜାର ୬୨୬ ଟଙ୍କା ରହିଛି। ରୁପା କିଲୋଗ୍ରାମ ପ୍ରତି ୬୪ ହଜାର ୫୪୨ ଟଙ୍କା ରହିଛି।

ଦୀପାବଳିରୁ ଡିସେମ୍ବର ଯାଏଁ ସୁନା ଦର ୫୭ ହଜାର ଟଙ୍କାରୁ ୬୦ ହଜାର ଯାଏଁ ଯାଇପାରେ। ଆଗକୁ ରୁପା ଦର ମଧ୍ୟ ବଢିପାରେ। ଅଧିକାଂଶ ବ୍ୟବସାୟୀଙ୍କ ଅନୁଯାୟୀ ଦୀପାବଳି କିମ୍ବା ବର୍ଷ ଶେଷ ସୁଦ୍ଧା ରୁପା ଦର କିଲୋ ପ୍ରତି ୭୬ ହଜାରରୁ ୮୨ ହଜାର ଟଙ୍କାରେ ପହଞ୍ଚିପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,