ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କମିଲା ସଂକ୍ରମଣ : ୧୨ ତାରିଖରୁ ଭୁବନେଶ୍ୱରରେ ଖୋଲିବ ମନ୍ଦିର, ମସ୍‌ଜିଦ୍, ଗୀର୍ଜା, ଗୁରୁଦ୍ୱାର…

ଭୁବନେଶ୍ୱର ୦୮।୦୨ : ଆଗାମୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ଼ କଟକଣା ମଧ୍ୟରେ ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ବନ୍ଦ ରହିଥିଲା ଧର୍ମାନୁଷ୍ଠାନ ।

ଖବର ଅନୁଯାୟୀ, ରାଜ୍ୟରେ ଗତ କିଛି ହେଲା କରୋନା ସଂକ୍ରମଣ ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କେବଳ ରୀତିନୀତ ଅନୁଯାୟୀ ପୂଜା ହେବ ଏବଂ ସାଧାରଣ ଦର୍ଶକଙ୍କ ପାଇଁ ମନ୍ଦିର ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଯାହାକୁ ଦୃଷ୍ଟିରେ ରଖି ଏବେ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।

ବିଏମ୍‌ସିର ନୋଟିସ ଅନୁଯାୟୀ ୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ଓ ଭୋଗ ନେବା ମନା । ଆଡକାଠ ନିକଟରୁ ଦର୍ଶନ ଅନୁମତି ରହିଥିବା ବେଳେ କୌଣସି ଭକ୍ତ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ରହିଛି । ୨ଟି ଯାକ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ରହିଛି । ଏଥିପ୍ରତି ଟିକା ପ୍ରମାଣପତ୍ର ନେବା ଜରୁରୀ । ସେପଟେ ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାରରେ ଏହି ସବୁ ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ