ଭୁବନେଶ୍ବର ୨।୧୨: ଓଡିଶାରେ କୋଭିଡ୍ ପରୀକ୍ଷା ପାଇଁ ନୂଆ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏଣିକି ୪ଶହ ଟଙ୍କାରେ ହେବ କରୋନା RT-PCR ପରୀକ୍ଷଣ । ଘରୋଇ ଲ୍ୟାବରେ ମଧ୍ୟ କରିହେବ ପରୀକ୍ଷା । ପରୀକ୍ଷଣର ତତ୍ତ୍ବାବଧାନରେ ଘରୋଇ ଲ୍ୟାବଗୁଡିକ ପରୀକ୍ଷା କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦିଲ୍ଲୀ ସରକାର ମଧ୍ୟ RT-PCR ପରୀକ୍ଷା ଦର କମାଇଥିଲେ । ଦିଲ୍ଲୀରେ ଘରୋଇ ଲ୍ୟାବ୍ ରେ କୋଭିଡ୍ RT-PCR ପରୀକ୍ଷା ଦର ୨୪୦୦ରୁ ହ୍ରାସ କରି ୮୦୦ ଟଙ୍କା କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ସେଭିଭଳି ଉତ୍ତରପ୍ରଦେଶରେ ମଧ୍ୟ RT-PCR ପରୀକ୍ଷା୧୬୦୦ ବଦଳରେ ୭୦୦ ଟଙ୍କାରେ କରାଯିବ ବୋଲି ଘୋଷଣା କରାଯାଇଛି । ଉତ୍ତରାଖଣ୍ଡରେ ମଧ୍ୟ ଏହି ଦର ୧୬୦୦ରୁ ହ୍ରାସ ପାଇ ୯୦୦ ଟଙ୍କା ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡିଶା ସରକାର ମଧ୍ୟ କୋଭିଡ୍ RT-PCR ପରୀକ୍ଷା ଦର କମାଇଛନ୍ତି ।