ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

କମିବ ପରୀକ୍ଷାର୍ଥୀଙ୍କ ଚିନ୍ତା ! ଫେବୃଆରୀ ଆରମ୍ଭରୁ ୪ ଥର ହେବ JEE ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ ୧୧/୧୨: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ ମେନ୍)କୁ ନେଇ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ୨୦୨୧ରେ ଜେଇଇ ମେନ୍‌ ପରୀକ୍ଷା ୪ ଥର ଅନୁଷ୍ଠିତ ହେବ। ଫେବୃଆରୀ ୨୦୨୧ରୁ ପ୍ରତିମାସ ପରୀକ୍ଷା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କରୋନା କାଳରେ ପରୀକ୍ଷାର୍ଥୀମାନଙ୍କ ହିତରେ ଫେବୃଆରୀ ୨୦୨୧ରୁ ମେ ପର୍ଯ୍ୟନ୍ତ ୪ ଥର ପରୀକ୍ଷା କରାଯିବ।

ଗୁରୁବାର ବୋର୍ଡ ଓ କମ୍ପିଟିଟିଭ୍‌ ପରୀକ୍ଷା ସମ୍ପର୍କରେ ଶିକ୍ଷାର୍ଥୀ ଓ ଅଭିଭାଭକଙ୍କ ସହ ଆଲୋଚନା ବେଳେ ଏନେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ। ପରୀକ୍ଷାର୍ଥୀଙ୍କ ଚାପ କମ୍‌ କରିବା ପାଇଁ ସେମାନଙ୍କୁ ଆସନ୍ତାବର୍ଷ ୧/୨/୩/୪ ଥର ସୁଯୋଗ ଦେବାକୁ ସ୍ଥିର ହୋଇଛି। ପ୍ରତି ମାସରେ ଥରେ ପରୀକ୍ଷା ହେବ। ତେବେ ପରୀକ୍ଷାର୍ଥୀ ସମସ୍ତ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଯଦି ଜଣେ ପରୀକ୍ଷାର୍ଥୀ ଏକାଧିକ ଥର ପରୀକ୍ଷା ଦେବେ ତେବେ ତାଙ୍କ ଭଲ ହୋଇଥିବା ପରୀକ୍ଷାକୁ ହିସାବରେ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଗତବର୍ଷ ଭଳି ଚଳିତବର୍ଷ ଜେଇଇ ସିଲାବସ୍‌ ସମାନ ରହିବ। ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥ୍‌ମେଟିକ୍ସରୁ ୨୫ ମାର୍କ ଲେଖାଏଁ ପ୍ରଶ୍ନ ପଡ଼ିବାକୁ ଥିବା ବେଳେ ଅନ୍ୟ ଏକ ପେପରରେ ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥ୍‌ମେଟିକ୍ସରୁ ୩୦ ମାର୍କ ଲେଖାଏଁ ପ୍ରଶ୍ନ ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି