ଦେଶ ବିଦେଶ ମନୋରଞ୍ଜନ

କପୁର ପରିବାରର ଅସଫଳ ନାୟକ ରାଜୀବ

ଅଭିନୟଠୁ ଆରମ୍ଭ କରି ଚଳଚ୍ଚିତ୍ର ନିର୍ମାଣ ଓ ପ୍ରଯୋଜନା ଏବଂ ବୈବାହିକ ଜୀବନ; ସବୁ କ୍ଷେତ୍ରରେ ବିଫଳ ହୋଇଥିବା ରାଜୀବ କପୁର୍‌ ଶେଷରେ ଆଜି ଜୀବନ ଯାତ୍ରାରେ ମଧ୍ୟ ହାରି ଯାଇଛନ୍ତି। ୫୮ ବର୍ଷ‌‌ ବୟସରେ ଆଜି ତାଙ୍କ ଦେହାନ୍ତ ହେବା ପରେ ଶେଷ ଚଳଚ୍ଚିତ୍ର ‘ତୁଳସୀଦାସ ଜୁନିଅର’କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଆଶୁତୋଷ ଗୋଵାରିକର ଓ ଭୂଷଣ କୁମାରଙ୍କ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରରେ ସଂଜୟ ଦତ୍ତ ଓ ଦିଲ୍ଲୀପ ତାହିଲ୍‌ଙ୍କ ସହିତ ଅଭିନୟ କରିଥା’ନ୍ତେ ରାଜୀବ। କିନ୍ତୁ ରାଜୀବଙ୍କ ଦେହାନ୍ତ ପରେ ଏହି ଚଳଚ୍ଚିତ୍ର ଆଉ ପୂରା ହୋଇପାରିବ କି ନାହିଁ; ସେନେଇ ଆଶଙ୍କା ପ୍ରକାଶ ପାଇଛି।

୧୯୮୧ରେ ରାହୁଲ ରଵାଲିଙ୍କ ନିର୍ଦ୍ଦେଶିତ ‘ବିଵି ଓ ବିୱି’ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡ୍‌ରେ ପାଦ ଥାପିଥିଲେ ରାଜୀବ। କିନ୍ତୁ ବିଫଳତା ତାଙ୍କ ପଛ ଛାଡ଼ି ନଥିଲା। ଅଭିନୟ, ନିର୍ଦ୍ଦେଶନା, ପ୍ରଯୋଜନାରେ ବି ତାଙ୍କୁ ବିଶେ‌ଷ ସଫଳତା ମିଳି ନଥିଲା। ତାଙ୍କ ଅଭିନୀତ ‘ରାମ ତେରି ଗଙ୍ଗା ମୈଲି’ ସୁପରହିଟ୍ ହୋଇଥିଲେ ହେଁ ଏହାର ସବୁ ଶ୍ରେୟ ଅଭିନେତ୍ରୀ ମନ୍ଦାକିନୀ ହାତେଇଥିଲେ। କିନ୍ତୁ ଏଥିରେ ଭାଙ୍ଗି ପଡ଼ିନଥିଲେ ରାଜୀବ। ପରେ ସୋମୁ ମୁଖାର୍ଜୀଙ୍କ ‘ଲଭର ବୟ’, ରାଘବେନ୍ଦ୍ର ରାୟଙ୍କ ‘ମେରା ସାଥୀ’, ସୁକ୍ରିୟା, ହମ ତୋ ଚଲେ ପରଦେଶ, ଜଲଜଲା, ନାଗ ନାଗିନ୍, ଜିମ୍ମେଦାରରେ ଅଭିନୟ କରିଥିଲେ। ହେଲେ କୌଣସି ବି ଚଳଚ୍ଚିତ୍ର ସଫଳତା ପାଇ ପାରିନଥିଲା।

ତେଣୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ପ୍ରଯୋଜନା ପ୍ରତି ମନ ବଳାଇଥିଲେ। ତାଙ୍କ ଦ୍ବାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର ‘ହିନା’କୁ ତାଙ୍କ ଭାଇ ରଣଧୀର ନିର୍ଦ୍ଦେଶନା ଦେଇଥିବା ବେଳେ ବଡ଼ ଭାଇ ରିଷି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଏହି ଗୋଟିକୁ ଛାଡ଼ି ଦେଇ ବାକି ଯେତେ‌ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ସବୁଥିରେ ବିଫଳତାର ମୁହଁ ଦେଖିବାକୁ ମିଳିଥିଲା। ସେହିଭଳି ବୈବାହିକ ଜୀବନରେ ମଧ୍ୟ ସେ ଅସଫଳ ହୋଇଥିଲେ। ବିବାହର ଦୁଇ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଆର୍କିଟେକ୍ଟ ଆରତି ସବରଵାଲ୍‌ଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ। ୨୦୦୩ରେ ବିବାହ ବିଚ୍ଛେଦ ଘଟିବା ପରେ ଆରତି କାନାଡ଼ାରେ ଅବସ୍ଥାନ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ