ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଳ ବିପଦମୁକ୍ତ

ନୂଆଦିଲ୍ଲୀ: ଶୁକ୍ରବାର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡର ତଥା ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ସଂପୂର୍ଣ୍ଣ ବିପଦମୁକ୍ତ। କପିଳଙ୍କ ପତ୍ନୀ‌ ରୋମା ଦେବ ଶନିବାର ଏହି ସୂଚନା ଦେଇଛନ୍ତି। ୬୧ ବର୍ଷୀୟ ମହାନ କ୍ରିକେଟ୍‌ ତାରକା କପିଳ ଗୁରୁବାର ଅସହଜ ଅନୁଭବ କରିବା ପରେ ଶୁକ୍ରବାର ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୃତପିଣ୍ଡରେ ବ୍ଲକେଜ୍ ହୋଇଥିବା ଡାକ୍ତର ଜାଣିବା ପରେ ତୁରନ୍ତ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହୋଇଥିଲା। ଏହି ଦୁଃଖଦ ଖବର ଜଣାପଡ଼ିବା ପରେ କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି ହେବା ସହ କପିଳଙ୍କ ଆରୋଗ୍ୟ କାମନା କରି ଶୁଭେଚ୍ଛାର ସୁଅ ଛୁଟିଥିଲା।
ଛାତିରେ ଭୀଷଣ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ କପିଳଙ୍କୁ ଶୁକ୍ରବାର ଅପରାହ୍ନ ଗୋଟାଏରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଫର୍ଟିସ୍ ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ନିରୀକ୍ଷା ପରେ ତାଙ୍କର କରୋନାରି ଆଞ୍ଜିଓପ୍ଲାଷ୍ଟି ଡାକ୍ତର ଅତୁଲ ମାଥୁରଙ୍କ ତତ୍ତ୍ବାବଧାନରେ କରାଯାଇଥିଲା। ସଂପ୍ରତି ଆଇସିୟୁରେ ଥିଲେ ମଧ୍ୟ କପିଳଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ହସ୍ପିଟାଲ ତରଫରୁ ଏଥିରେ ସ୍ପଷ୍ଟ କରି ଦିଆଯାଇଛି। ଶୁଭେଚ୍ଛା, ଚିନ୍ତା ଓ ଶୁଭକାମନା ଲାଗି କପିଳ ପ୍ରଶଂସକ, ସାଥୀ ଓ ବର୍ତ୍ତମାନର କ୍ରିକେଟରଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି। ଡା‌କ୍ତରଖାନା ଶଯ୍ୟାରୁ ବିଜୟ ସଙ୍କେତ ଦେଖାଉଥିବାର ଫଟୋ ବି ଛାଡ଼ିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ