ଖେଳ

କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରା, ଟେଷ୍ଟ କ୍ରିକେଟରେ ଅତିକ୍ରମ କଲେ ଏହି ମାଇଲ ଖୁଣ୍ଟ

ଲଣ୍ଡନ:ଭାରତୀୟ ପେସ୍‌ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ୧୦୦ ୱିକେଟ ପୂରଣ କରି ପୂର୍ବତନ ବିଶ୍ୱକପ ବିଜୟୀ ପେସ୍‌ ବୋଲର କପିଳ ଦେବଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । କପିଳ ଦେବ ୨୫ ଟେଷ୍ଟ ଖେଳି ୧୦୦ତମ ୱିକେଟ ପୂରଣ କରିଥିବା ବେଳେ ବୁମରା ୨୪ ଟେଷ୍ଟ ଖେଳି ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଏଠାରେ ଚାଲିଥିବା ଇଂଲଣ୍ଡ ବିକ୍ଷ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଚତୁର୍ଥ ମ୍ୟାଚରେ ବୁମରା ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଓଲି ପୋପଙ୍କୁ ଆଉଟ କରି ବୁମରା ଏହି ସଫଳତା ହାସଲ କରିଛନ୍ତି । ଭାରତର ଅନ୍ୟତମ ପେସ୍‌ ବୋଲର ଇର୍ଫାନ ପଠାଣ ୨୮ ଟେଷ୍ଟରେ ୧୦୦ ୱିକେଟ ପୂରଣ କରିଥିଲେ । ତେବେ ଭାରତର ସବୁଠାରୁ ଦ୍ରୁତତମ ବୋଲର ଭାବେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୨୦୧୩ରେ ୱେଷ୍ଟ ବିକ୍ଷ ସିରିଜରେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ଅଶ୍ୱିନ ୧୮ ଟେଷ୍ଟ ଖେଳି ହାସଲ କରିଥିଲେ ୧୦୦ ୱିକେଟ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ