ଦେଶ ବିଦେଶ ମନୋରଞ୍ଜନ

କପିଲ ଶର୍ମା ସୋ’ ଦେଖିବା ପାଇଁ ବିରାଟ କୋହଲିଙ୍କୁ ଦେବାକୁ ପଡିଥିଲା ୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୦୪/୦୮ : କମେଡି କିଙ୍ଗ୍ କପିଲ ଶର୍ମାଙ୍କ ସୋ’ରେ ସମସ୍ତ ଷ୍ଟାର୍ ଆସିଥାନ୍ତି ଏବଂ ସେମାନଙ୍କ ଜୀବନ ସହ ଜଡିତ କାହାଣୀ ସେୟାର କରିଥାନ୍ତି । ଥରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ କପିଲଙ୍କ ସୋ’କୁ ଆସିଥିଲେ। ସେତେବେଳେ କୋହଲି ଏକ ମଜାଦାର କାହାଣୀ ସେୟାର କରିଥିଲେ କି ଏହି ସୋ’ ଦେଖିବା ପାଇଁ ତାଙ୍କୁ କିପରି ୩ ଲକ୍ଷ ଟଙ୍କା ଦେବାକୁ ପଡିଥିଲା ।

ବିରାଟ କୋହଲି କହିଥିଲେ, ‘ଯେତେବେଳେ ଆମର ପୁରା ଟିମ୍ ଫ୍ରି ହୁଅନ୍ତି, ସେତେବେଳେ ସମସ୍ତେ ଏକାଠି ବସି କପିଲ ଶର୍ମା ସୋ’ ଦେଖିବାକୁ ପସନ୍ଦ କରନ୍ତି। ଶ୍ରୀଲଙ୍କା ଯିବା ସମୟରେ ଯେତେବେଳେ ଆମେ ଏୟାରପୋର୍ଟରେ ବସିଥିଲୁ ମୁଁ ବିରକ୍ତ ହେଉଥିଲି, ଭାବିଲି କିଛି ଦେଖିବା ପାଇଁ । ସେଠାରେ ଅପେକ୍ଷା କରି କରି ବହୁତ ଡେରି ହୋଇଯାଇଥିଲା । ମୁଁ ଜାଣି ନଥିଲି ଯେ ମୋର ୱାଇଫାଇ ନାହିଁ । ମୁଁ ଆମ ଭାରତର 3G ସେଲୁଲାର୍ ନେଟୱାର୍କରେ ଏହି ସୋ’ ଚଳାଇଥିଲି। ଏକ ଘଣ୍ଟା ଇଣ୍ଟରନ୍ୟାସନାଲ ରୋମିଂରେ ମୁଁ କମେଡି ନାଇଟ୍ସ ୱିଥ୍ କପିଲ୍ ଦେଖିଥିଲି । ସେହିସମୟରେ ମୋ ଭାଇର କଲ ଆସିଲା ଏବଂ ସେ କହିଲେ ତୋର ଫୋନ୍ ବିଲ୍ ୩ ଲକ୍ଷ ଆସିଛି ।

ଏଥି ସହିତ ବିରାଟ କୋହଲି ତାଙ୍କର ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ ଯେ ସେ ମଧ୍ୟ ବ୍ଲାଇଣ୍ଡ୍ ଡେଟ୍ ରେ ଯାଇଥିଲେ। ତେବେ ସେ ମାତ୍ର ୫ ମିନିଟ ପରେ ସେଠାରୁ ପଳାଇ ଆସିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ