ରାଜ୍ୟ

କନ୍ଧମାଳ ବଜାରରୁ ଅଦା ଉଭାନ: କିଲୋ ପିଛା ଦର ୩୦୦ ଟପିଲା

ଫୁଲବାଣୀ: ଏବେ କନ୍ଧମାଳ ବଜାରରୁ ଅଦା ଉଭାନ ହୋଇଯାଇଛି। ବଜାରରେ ଅଦା ମିଳୁନି। ଯଦିବା କାଁ ଭାଁ କେଉଠି ମିଳୁଛି, ଦର ଆକାଶଛୁଆଁ। ଫୁଲବାଣୀର ବିଭିନ୍ନ ହାଟରେ ଏବେ ଅଦା କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଇଛି। ଜିଲ୍ଲାର ପାଖାପାଖି ୫ ହଜାର ଚାଷୀ ୨୫୦୦ ହେକ୍ଟର ଜମିରେ ଅଦା ଚାଷ କରିଥା’ନ୍ତି। ଚଳିତ ୨୦୨୨-୨୩ କୃଷି ବର୍ଷରେ ଅଦିନିଆ ବର୍ଷା ସତ୍ତ୍ବେ ପାଖାପାଖି ୩,୫୦୦ ମେଟ୍ରିକ୍‌ ଟନ୍‌ ଅଦା ଅମଳ ହୋଇଥିଲା। ଚଳିତବର୍ଷ ଆଇଟିଡିଏ ପକ୍ଷରୁ ବି ମିସନ ଜୀବିକା ମାଧ୍ୟମରେ ଉନ୍ନତମାନର ଅଦା ବିହନ ଯୋଗାଇ ଦିଆଯାଇଥିଲା। ବମ୍ପର୍‌ ଉତ୍ପାଦନ ପଛରେ ଏହା ବି ଏକ କାରଣ ବୋଲି କୁହାଯାଉଛି। ହେଲେ, କନ୍ଧମାଳର ଚାଷୀ ଏତେ ପରିପାଣର ଅଦା ଅମଳ କରି ମଧ୍ୟ ସବୁତକ ଅଦା ଅତି କମ୍‌ ଦରରେ ବେପାରୀଙ୍କୁ ବିକ୍ରି କରି ଦେଇଥିଲେ। ସୂଚନାନୁସାରେ, କିଲୋ ପିଛା ୨୦ରୁ ୨୫ ଟଙ୍କା ଦରରେ ବେପାରୀଙ୍କୁ ଦେଇଦେଇ ଥିଲେ। ଜଣେ ଚାଷୀଙ୍କ କହିବାନୁସାରେ, ‘ ଘରେ ଅଦା ରହିଗଲେ ସେଥିରେ ଫିମ୍ପି ମାରିଯିବା ସହ ପଚିଷଢ଼ି ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ସେଇଥିପାଇଁ ବିକ୍ରି କରିଦେଇଛୁ।’ ଫଳରେ, ଫେବ୍ରୁଆରି-ମାର୍ଚ୍ଚ ବେଳକୁ କନ୍ଧମାଳ‌ରେ ଏବେ ଅଦାର ଘୋର ଅଭାବ ଦେଖା ଦେଇଛି। ଆଜିର ଦିନରେ କନ୍ଧମାଳ ଚାଷୀଙ୍କ ଅଦା ଆଉ ବଜାରରେ ଉପଲବ୍ଧ ହେଉନାହିଁ। ଯେତିକି ବି ଉପଲବ୍ଧ ହେଉଛି ତାହାର ବଜାରଦର ଆକାଶଛୁଅଁା ପାଲଟିଛି। ଏପରିକି କିଲୋପିଛା ୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଅଦା ଉନ୍ନତମାନର ଏବଂ ଏଥିରେ ବହୁ ଔଷଧୀୟ ଗୁଣ ରହିଥିବାରୁ ସମଗ୍ର ରାଜ୍ୟରେ ଏହାର ଚାହିଦା ରହିଛି। ବିଶେଷକରି କନ୍ଧମାଳ ଜିଲ୍ଲାର ଶୀତଳ ଜଳବାୟୁ ଓ ପାହାଡ଼ିଆ ମାଳଭୂମି ଅଦା ଚାଷ ପାଇଁ ବେଶ ଅନୁକୂଳ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି. କନ୍ଧମାଳ ଅଦା ଚାଷରେ କୌଣସି ରାସାୟନିକ ସାରର ପ୍ରୟୋଗ କରାଯାଇ ନଥାଏ। ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ହେଉଥିବା କନ୍ଧମାଳ ଅଦାର ସମଗ୍ର ରାଜ୍ୟରେ ଚାହିଦା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।