ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଫୁଲବାଣୀ : ଖଣି ଓ ଶିଳ୍ପଶୂନ୍ୟ କନ୍ଧମାଳ ଜିଲ୍ଲାର ଏକମାତ୍ର ସମ୍ବଳ ହେଉଛି ପର୍ଯ୍ୟଟନ। ଏଣୁ ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ଭବ ବୋଲି ରାଜ୍ୟ ସରକାର ଜିଲ୍ଲାର ପଯ୍ୟଟନ ବିକାଶକୁ ପ୍ରାଥମିକତା ଦେଇ ଆସିଛନ୍ତି। ଏହା ହେଲେ ପର୍ଯ୍ୟଟନ କ୍ଷେତ୍ରରୁ ଆଶାତୀତ ରାଜସ୍ବ ଆୟ ସହ ନୂତନ ନିଯୁକ୍ତି ସୃଷ୍ଟି ମଧ୍ୟ ହୋଇପାରନ୍ତା। ମାତ୍ର, ଜିଲ୍ଲାର ପର୍ଯ୍ୟଟନ ବିକାଶ ନେଇ ସରକାରଙ୍କ ଲମ୍ବା ତାଲିକା ତା’ବାଟେ, ଏହା ପଛରେ ଆନ୍ତରିକତା ନଥିଲା ପରି ମନେ ହେଉଛି। କାରଣ ଜିଲ୍ଲାର ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ହିଁ ସ୍ଥାନ ପାଇପାରିନି, କେତେକ ସ୍ଥଳକୁ ରାସ୍ତାଘାଟ ବି ନାହିଁ। ସରକାରୀ ଅବହେଳାର ଆଉ ଏକ ପ୍ରମାଣ ହେଲା, ଦୀର୍ଘ ୪ ବର୍ଷ ହେଲା କନ୍ଧମାଳରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ଫଳରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଅନେକ ଦାବି ପରେ ବି ସରକାର ପଦବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗତ ୨୦୧୮ ମସିହାରୁ ଫୁଲବାଣୀଠା ସ୍ଥିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ଜଣେ ସହକାରୀ ଶ୍ରମ ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ମାତ୍ର ଗତ ୪ ବର୍ଷ ହେଲା ଏହି ମହିଳା ଶ୍ରମ ଅଧିକାରୀଙ୍କର ପାଦ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଥରୁଟେ ହେଲେ ବି ପଡ଼ିନାହିଁ। କୌଣସି କାର୍ଯ୍ୟରେ ଯଦି କେହି ପର୍ଯ୍ୟଟନ କାର୍ଯ୍ୟାଳୟ ଆସୁଛନ୍ତି, ସେ ନିରାଶ ହୋଇ ଫେରୁଛନ୍ତି। କନ୍ଧମାଳ ଭଳି ଏକ ପ୍ରାକୃତିକ ବିଭବ ଭରା ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ଏଠାରେ ଜଣେ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀଙ୍କ ଆବଶ୍ୟକତା ରହୁଥିବାବେଳେ ସରକାର କିପରି ଏଥିପ୍ରତି ଆଖିବୁଜି ଦେଇଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ପାଲଟିଛି।
କନ୍ଧମାଳ ଏକ ପଛୁଆ ଜିଲ୍ଲା ହୋଇଥିବାରୁ ସରକାର ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି ବୋଲି ମତ ପ୍ରକାଶ ପାଇଛି। ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, କନ୍ଧମାଳର ମାତ୍ର ୬ଟି ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାନ୍ୟତା ଦେଇଛି। ସେଗୁଡ଼ିକ ହେଲା ଦାରିଂବାଡ଼ି, ଚକାପାଦ, ପୁତୁଡ଼ି, ବଲସକୁମ୍ପା, ବେଲଘର ଏବଂ ଫୁଲବାଣୀ। ତେବେ ଜିଲ୍ଲାରେ ଥିବା ମଣ୍ଡାସରୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ, ଲୁଦୁ ଜଳପ୍ରପାତ, ପକଡ଼ାଝର ଜଳପ୍ରପାତ, କାଟ୍ରାମାଲା, ଉର୍ମାଗଡ଼, କାଲିଗାଡୁ ଓ କଟାଙ୍ଗି ଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ସରକାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇନାହାନ୍ତି। ଜିଲ୍ଲାରେ ପର୍ଯ୍ୟଟନ ଅଧିକାରୀ ନଥିବାରୁ ଏସବୁ ପର୍ଯ୍ୟଟନସ୍ଥଳକୁ ସର୍ଭେ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିକଟକୁ ପଠାଯାଇ ନାହିଁ। ସେହିଭଳି ଜିଲ୍ଲାର ଦାରିଂବାଡ଼ି ଓ ବେଲଘର ଭଳି କେତେକ ସ୍ଥାନକୁ ଛାଡ଼ି ଦେଲେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ଆଜି ମଧ୍ୟ ରାସ୍ତାଟିଏ ନାହିଁ। ପୁତୁଡି ଓ କାଟ୍ରାମାଲା ଭଳି ଜଳପ୍ରପାତସ୍ଥଳକୁ ରାସ୍ତା ନଥିବାରୁ ପର୍ଯ୍ୟଟକମାନେ ସେଠାରେ ପହଞ୍ଚିପାରୁନାହାନ୍ତି। ଏ ନେଇ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ତୁରନ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l