ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କନ୍ଧମାଳ ଜିଲ୍ଲା ରେ ୭୩ଟି ରୂପାନ୍ତରିକରଣ ହାଇସ୍କୁଲ ଉଦ୍ଘାଟିତ ହୋଇଥିଲା

କନ୍ଧମାଳ ଜିଲ୍ଲା ରେ ଦିତୀୟ ପଯ୍ୟୋୟରେ ହାତକୁ ନିଆଯାଇଥିବା ୭୩ ଟି ରୂପାନ୍ତରିକରଣ ହାଇ ସ୍କୁଲ କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୂଆଲ ମୋଡ଼ ରେ ଉଦ୍ ଘାଟନ କରିଥିଲେ । ଚକାପାଦ ବ୍ଲକ ରେ ସରକାରୀ ହାଇସ୍କୁଲ ଶଙ୍କରାଖୋଲ ଠାରେ ଜିଲ୍ଲା ସ୍ତରୀୟ ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ର ମଣି କହଁର, ଦାରିଙ୍ଗବାଡି ବିଧାୟକ ସାଲୁକା ପ୍ରଧାନ, ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଯୋଗଦେଇ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ରେ ୧୦ଟି ହାଇସ୍କୁଲ ରୂପାନ୍ତରିକରଣ କରାଯାଇଥିଲା ।

ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରୀ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଶୈଖିକ ବାତାବରଣ, ସାଙ୍ଗକୁ ଅଡିଓ ଭିଜୁଆଲ ମାଧ୍ୟମ ରେ ଛାତ୍ର ଛାତ୍ରୀ ସହଜରେ ପାଠ ବୁଝିପାରିବେ ବୋଲି ଚକାପାଦ ବିଡ଼ିଓ କହିଛନ୍ତି । ଚକାପାଦ ବ୍ଲକ ରେ ୭ ଟି ହାଇସ୍କୁଲ ରୂପାନ୍ତରିକରଣ ରେ ସାମିଲ୍ ହୋଇଥିବା ବେଳେ ଫୁଲବାଣୀ ବ୍ଲକ ରେ ୬ ଟି ସ୍କୁଲ, ଫିରିଙ୍ଗିଆ ୮ ଟି , ଖଜୁରିପଡା ୬ ଟି , ରାଇକିଆ ୬ ଟି ,ଜି ଉଦୟଗିରି ୬ ଟି , ଦାରିଙ୍ଗବାଡି ୭ ଟି , ବାଲିଗୁଡା ୬ ଟି , ତୁମୁଡ଼ିବନ୍ଧ ୫ ଟି , କୋଟଗଡ଼ ୬ ଟି ,କ ନୂଆଗାଁ ୫ ଟି , ଟିକାବାଲି ୫ ଟି ଏପରି ସମୁଦାୟ ବ୍ଲକ ର ୭୩ ଟି ହାଇସ୍କୁଲ ଉଦ୍ ଘାଟିତ ହୋଇ ଥିଲା । ଅନ୍ୟ ମାନଙ୍କ ମଧ୍ୟରୁ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଞନ ନାୟକ ଙ୍କ ସମେତ ସମସ୍ତ ଲୋକ ପ୍ରତିନିଧି, ଭିଡିଓ,ଯନ୍ତ୍ରୀ, ଛାତ୍ର ଛାତ୍ରୀ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଶେଷରେ ସ୍କୁଲ ଛାତ୍ରଛାତ୍ରୀ ରଂଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି