ଅପରାଧ ରାଜ୍ୟ

କନ୍ଧମାଳରେ ଲଜ୍ଜା, ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ଜି.ଉଦୟଗିରି ୧୪/୧୦: କନ୍ଧମାଳରେ ପୁଣି ଲଜ୍ଜା । କଳିଙ୍ଗା ଘାଟିରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ । ଜି.ଉଦୟଗିରି ଆଦର୍ଶ ଥାନାରେ ମହିଳାଙ୍କ ସ୍ୱାମୀ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି ।

ଫୁଲବାଣୀ ଅଞ୍ଚଳର ଜଣେ ମହିଳା କଳିଙ୍ଗା ବୁଲି ଆସିଥିଲେ । ସେଠାରୁ ସେ କଳିଙ୍ଗା ଘାଟିର ଅନ୍ଧାରୀ କୋଟି ପାଖକୁ ଚାଲି ଚାଲି ଆସିଥିଲେ । ତେବେ ସେଠାରେ ଦୁଇ ଜଣ ଅଜଣା ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରି ରାସ୍ତା କଡ଼ରେ ଛାଡି ଚାଲିଯାଇଥିଲେ । ପରେ ଜି.ଉଦୟଗିରି ପୋଲିସ ୧୦୮ ଆମ୍ୱୁଲାନ୍ସ ଯୋଗେ ଉଦ୍ଧାର କରି ଆଣି ଫୁଲବାଣୀ ପଠାଇଥିଲେ ।

ମହିଳା ଜଣକ ମାନସିକ ବିକୃତ ହୋଇଥିବା ଯୋଗୁଁ ସେ କିଛି କହିପାରି ନଥିଲେ । ପରେ ମହିଳାଙ୍କ ସ୍ୱାମୀ ଏ ବିଷୟରେ ଜାଣିବା ପରେ ଜି. ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । କିନ୍ତୁ ଘଟଣା ଘଟିଥିବା ସ୍ଥାନଟି ଭଞ୍ଜନଗର ଅଞ୍ଚଳରେ ଆସୁଥିବାରୁ କେସ୍‌ଟି ଭଞ୍ଜନଗର ପୋଲିସ ଏହାର ତଦନ୍ତ ଆଗକୁ ନେବ ବୋଲି ଜି.ଉଦୟଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।