ଖେଳ ଦେଶ ବିଦେଶ

କନିଷ୍ଠ ପାଣ୍ଡ୍ୟାଙ୍କ ପ୍ରଥମ ବିମାନ ଯାତ୍ରା

ଚେନ୍ନାଇ: ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟ ପ୍ରଥମ ଥର ବିମାନ ଯାତ୍ରା କରିଛନ୍ତି। ଗୁରୁବାର ଏହି କନିଷ୍ଠ ପାଣ୍ଡ୍ୟା ପିତା ଓ ମାତା ନତାଶା ଷ୍ଟାଙ୍କୋଭିକ୍‌ଙ୍କ ସହ ଚେନ୍ନାଇକୁ ବିମାନରେ ଯାଇଥିଲେ। ହାର୍ଦିକ୍‌ ସେଠାରେ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳ ସହ ଯୋଗଦେବାକୁ ପତ୍ନୀ ଓ ପୁତ୍ରକୁ ଧରି ବିମାନ ଯାତ୍ରା କରିଥିଲେ। ଆସନ୍ତା ଶନିବାର ଦିନ ୬ ମାସରେ ପଦାର୍ପଣ କରିବାକୁ ଯାଉଥିବା ଅଗସ୍ତ୍ୟ ବାପାଙ୍କ କୋଳରେ ବିମାନ ଯାତ୍ରାକୁ ଖୁବ୍‌ ଉପଭୋଗ କଲା ଭଳି ଜଣାପଡୁଥିଲା। ଚାର୍ଟର୍ଡ ବିମାନରେ ଯାତ୍ରା ବେଳର ଫଟୋକୁ ପୋଷ୍ଟ କରିଥିବା ହାର୍ଦିକ୍‌ କ୍ୟାପ୍‌ସନ୍‌ ଲେଖିଥିଲେ ‘‘ମୋର ପୁଅର ପ୍ରଥମ ବିମାନ ଯାତ୍ରା’’। ପ୍ରାୟ ୨ ବର୍ଷ ପରେ ଟେଷ୍ଟ୍‌ ଦଳକୁ ଫେରିଥିବା ଏହି ଅଲ୍‌ରାଉଣ୍ଡର ଦଳ ସହ ଅଭ୍ୟାସ ପୂର୍ବରୁ ୬ ଦିନ ଧରି ଚେନ୍ନାଇରେ ସଂଗରୋଧରେ ରହିବେ। ହାର୍ଦିକ୍‌ ଶେଷ ଥର ପାଇଁ ୨୦୧୮ରେ ଇଂଲଣ୍ଡରେ ହିଁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ