ରାଜ୍ୟ ସ୍ପେଶାଲ ରିପୋର୍ଟ

କନିକା ବନାଞ୍ଚଳରୁ ୧୦୭ଟି କୁମ୍ଭୀରବସା ଚିହ୍ନଟ

ରାଜନଗର : ସରୀସୃପଙ୍କ ନନ୍ଦନକାନନ ତଥା ବଉଳା କୁମ୍ଭୀରମାନଙ୍କ ପ୍ରାକୃତିକ ବାସସ୍ଥାନ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା କନିକା ବନାଞ୍ଚଳରେ ୧୦୭ଟି କୁମ୍ଭୀର ବସା ଠାବ କରାଯାଇଛି। କନିକା ରେଂଜ୍‌ର ଭିତରକନିକା, ରଗଡ଼ାପାଟିଆ, ଡାଙ୍ଗମାଳ, ସାଉଥ୍ ମହିଁଷାମଡ଼ା, ନର୍ଥ ମହିଁଷାମଡ଼ା ଏବଂ କାଳିଭଂଜଡିଆରେ ଏହି ୧୦୭ଟି ବସା ଚିହ୍ନଟ ହୋଇଥିବା ବନାଞ୍ଚଳ ଅଧିକାରୀ ମାନସ କୁମାର ଦାସ ସୂଚନା ଦେଇଛନ୍ତି।

ଏବେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଚାଲିଛି। ପ୍ରତିବର୍ଷ ଭଳି ଏ ବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ। ଏହି ସମୟରେ ମା ବଉଳା କୁମ୍ଭୀରମାନେ ନଦୀର ଜୁଆରଠାରୁ ୫ଫୁଟ ଦୂରତ୍ବରେ ନଦୀ ପଠାରେ ବସା ବାନ୍ଧିଥାନ୍ତି। ପୁରୁଷ ବଉଳା କୁମ୍ଭୀର ହେନ୍ତାଳ, ଖରଖରି ଓ ଅନ୍ୟାନ୍ୟ ପତ୍ରକୁ ନେଇ ଦୁଇରୁ ଅଢେଇ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।