ଦେଶ ବିଦେଶ ମନୋରଞ୍ଜନ

କନିକାଙ୍କ ହାତରେ ଲାଗିଲା ଗୌତମଙ୍କ ନାମର ମେହେନ୍ଦୀ, ବିବାହ ପୂର୍ବରୁ ଝୁମିଲେ ଲଭବାର୍ଡ

ମୁମ୍ବାଇ ୨୦।୦୫ : ବର୍ତ୍ତମାନ ବଲିଉଡ୍‌ ହେଉ ବା ଟେଲି ଇଣ୍ଡଷ୍ଟ୍ରି ସବୁଠାରେ ଚାଲିଛି ବିବାହ ଋତୁ। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବି-ଟାଉନ୍‌ର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଖୁସି କହିଲେ ନସରେ। କନିକା ଆଜି ବିବାହ ବନ୍ଧନରେ ବାନ୍ଧି ହେବ। ନିକଟରେ ତାଙ୍କର ବିବାହର ପ୍ରିୱେଡିଂର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗତକାଲି ତାଙ୍କର ହଲଦିର କାର୍ଯ୍ୟକ୍ରମ ହୋଇଥିଲା। ଯାହାର ଫଟୋ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ କନିକା ତାଙ୍କ ପରିବାର ସହିତ ଧମାଲ କରୁଥିବା ଦେଖାଯାଇଥିଲା।

ବର୍ତ୍ତମାନ କନିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦିର ସମସ୍ତ ଫଟୋକୁ ସେୟାର କରିଛନ୍ତି। ଏବଂ କ୍ୟାପସନ୍‌ରେ ଲେଖିଛନ୍ତି ଜି ଆଇ ଲଭ ୟୁ…। ଫଟୋରେ କନିକା ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଗ୍ରିନ୍‌ କଲରର ଲେହେଙ୍ଗା ପିନ୍ଧିଛନ୍ତି। ଏହା ବ୍ୟତୀତ କନିକା ଓ ଗୌତମ ନିଜ ପରିବାର ସଦସ୍ୟ ବନ୍ଧୁମାନଙ୍କ ସହ ଖୁବ୍‌ ଖୁସି ଥିବାର ନଜର ଆସୁଛନ୍ତି। ଭାବିପତ୍ନୀ ଗୌତମଙ୍କ ସହ କନିକା ମନ ଖୋଲି ନାଚୁଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି। ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଫଟୋରେ ଅନେକ କମେଣ୍ଟ ଦେବାରେ ଲାଗିଛନ୍ତି।

କହିବାକୁ ଗଲେ ଏହା କନିକାଙ୍କ ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ବିବାହ ଏନଆରଆଇ ବ୍ୟବସାୟୀ ରାଜଙ୍କୁ କରିଥିଲେ। ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ। ପରେ କନିକା ଗତ କିଛି ବର୍ଷ ଧରି ଗୌତମଙ୍କୁ ଡେଟ୍‌ କରୁଥିଲେ। ବର୍ତ୍ତମାନ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ