ଲାଇଫ୍ ଷ୍ଟାଇଲ

କଦଳୀ ପତ୍ରରେ ଭୋଜନ କରିବା କେତେ ସ୍ୱାସ୍ଥ୍ୟକର ?

ଭୁବନେଶ୍ୱର ୨୪/୦୧ : ଦକ୍ଷିଣ ଭାରତରେ କଦଳୀ ପତ୍ରରେ ଖାଇବାର ଏକ ପରମ୍ପରା ରହିଛି। ଏହି ପରମ୍ପରା ଏବେ ବି ଚାଲି ଆସୁଛି। କେବଳ ଦେଖିବା ଭାରତ କାହିଁକି ଓଡିଶାରେ ବି ପର୍ବ ପର୍ବାଣି ଆଦିରେ କଦଳୀ ପତ୍ରରେ ଖାଇବାର ପରମ୍ପରା ରହିଛି। କଦଳୀ ପତ୍ରରେ ଭୋଜନ କରିବା ଭାରତର ଏକ ପ୍ରାଚୀନ ପରମ୍ପରା। ପୁରାତନ ଯୁଗରେ ଲୋକେ ସ୍ୱାସ୍ଥ୍ୟ ରୁଟିନ ପାଳନ କରୁଥିଲେ। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେମାନେ ସଫା ସୁତୁରା, ସ୍ୱାସ୍ଥ୍ୟକର ଓ ତାଜା ଖାଦ୍ୟ ଉପରେ ଫୋକସ କରୁଥିଲେ। ସେଥିପାଇଁ ସେ ସମୟରେ ଲୋକେ କଦଳୀ ପତ୍ରରେ ଭୋଜନ କରୁଥିଲେ। ଭାରତରେ କଦଳୀ ପତ୍ରରେ ଭୋଜନ କରିବା ହେଲ୍ଦି ଓ ଶୁଭ ବୋଲି କୁହାଯାଏ। ବିଶେଷକରି ଭଗବାନଙ୍କୁ ପ୍ରସାଦ ଅର୍ପଣ କରିବାକୁ କଦଳୀ ପତ୍ର ବ୍ୟବହାର କରାଯାଏ। ତେବେ ଏଠାରେ ପ୍ରଶ୍ନ ଉଠିଛି କଦଳୀ ପତ୍ରରେ ଭୋଜନ କଲେ ଆମକୁ କଣ ଲାଭ ମିଳିଥାଏ।

କଦଳୀ ପତ୍ରରେ ସ୍ୱାସ୍ଥ୍ୟକର ପୋଷାକ ତତ୍ତ୍ୱ ରହିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଛି ଯେଉଁଥିପାଇଁ ଏହା ଅଧିକ ଲୋକପ୍ରିୟ ଏବଂ ଅଧିକ ବ୍ୟବହାରଯୁକ୍ତ। କଦଳୀ ଗଛ ଏପିଗାଲୋକ୍ୟାଟେଚିନ ଗ୍ୟାଲେଟ ଓ ଅନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର। ଏହା ପ୍ରତିରୋଧକ କ୍ଷମତା ବଢାଇବାରେ ଓ ଖାଦ୍ୟକୁ ପୋଷଣରେ ଭରପୁର ରଖିବାରେ ସାହାଯ୍ୟ କରିଥାଏ। କଦଳୀ ପତ୍ର ଖିଆଯାଇନାହିଁ। ସେଥିପାଇଁ କଦଳୀ ପତ୍ରରେ ଭୋଜନ କରାଯାଇଥାଏ। ପତ୍ର ମାଧ୍ୟମରେ ଖାଦ୍ୟ ପୋଷଣକୁ ଅବଶୋସିତ କରିଥାଏ ଓ ଅତିରିକ୍ତ ପୋଷଣ ଯୋଗୁଁ ଖାଦ୍ୟ ସୁପର ହେଲ୍ଦି ହୋଇଯାଇଥାଏ।

କଦଳୀ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଏହି ଗୁଣ ଖାଦ୍ୟକୁ ବ୍ୟାକ୍ଟେରିଆରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ତାଛଡା କଦଳୀ ପତ୍ରରେ ଭୋଜନ କଲେ ରୋଗ ହେବାର ଆଶଙ୍କା ମଧ୍ୟ କମ ଥାଏ।

କଦଳୀ ପତ୍ରରେ ଭୋଜନ କରିବା ସବୁଠାରୁ ସ୍ୱଚ୍ଛ ତରିକା। ଅନ୍ୟାନ୍ୟ ଧାତୁରେ ତିଆରି ବାସନରେ ଭୋଜନ କଲେ ଖାଇବା ପରେ ବାସନକୁ ସାବୁନରେ ସଫା କରାଯାଇଥାଏ। ଅଧିକାଂଶ ସମୟରେ କେମିକାଲ ଯୁକ୍ତ ସାବୁନର ଅଂଶ ପ୍ଲେଟରେ ରହିଯାଏ। ସେହି ପ୍ଲେଟରେ ଖାଇବା ସମୟରେ ଖାଦ୍ୟ ସେହି କେମିକାଲକୁ ଅବଶୋସିତ କରିଥାଏ। ସେଥିପାଇଁ ପ୍ଲେଟ ତୁଳନାରେ କଦଳୀ ପତ୍ର ସ୍ୱାସ୍ଥ୍ୟକର। ଅପରପକ୍ଷରେ କଦଳୀ ପତ୍ର ଧୂଳିମଳି ଦୂର ରଖିଥାଏ। ପତ୍ରକୁ ବିନା ସାବୁନରେ କେବଳ ପାଣିରେ ସଫା କରାଯାଇଥାଏ। ଯେଉଁଥିପାଇଁ ଖାଦ୍ୟ ସହ କୌଣସି କେମିକାଲ ମଧ୍ୟ ଶରୀରକୁ ଯାଇନଥାଏ। ସେଥିପାଇଁ କଦଳୀ ପତ୍ରରେ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ