ରାଜ୍ୟ ସ୍ୱାସ୍ଥ୍ୟ

କ’ଣ ହେବ କୋଭିଡ ଲକ୍ଷଣ ଥାଇ ବିନା ପରୀକ୍ଷାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଭାଗ୍ୟ? ଆଜିଠାରୁ ଆରମ୍ଭ ହେବ କୋଭିଡ ମୃତ୍ୟୁ ସହାୟତା ପାଇଁ ଆବେଦନ,୨୦୨୦ରେ ରାଜ୍ୟରେ ହୋଇଛି ଅତିରିକ୍ତ ୨୦ହଜାରରୁ ଅଧିକ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ମୃତକଙ୍କ ସଂପର୍କୀୟମାନେ ଉଭୟ ଅନଲାଇନ୍ ଓ ଅଫଲାଇନ୍‌ ଜରିଆରେ ଏଥିପାଇଁ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ ନିକଟରୁ କାଲିଠାରୁ ଆବେଦନ ପତ୍ର ପଡ଼ିବା ଆରମ୍ଭ ହେବ। ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଅନେକ ଲୋକଙ୍କ କୋଭିଡ ଲକ୍ଷଣ ଥିବା ସତ୍ତ୍ବେ ସେମାନେ ପରୀକ୍ଷା କରି ନ ଥିଲେ ଓ ପରବର୍ତୀ ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହାସହ କୋଭିଡ ଲକ୍ଷଣ ଥିବା ଅନେକ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇ ଯାଇଥିଲା। ମାତ୍ର ହସ୍ପିଟାଲରେ କରୋନା ପରୀକ୍ଷା ପାଇଁ ମନା କରାଯାଇଥିବାରୁ ସେମାନେ କରୋନାରେ ସଂକ୍ରମିତ ବୋଲି ସ୍ପଷ୍ଟ ହୋଇପାରିନାହିଁ। ତେଣୁ କୋଭିଡ ସହାୟତା ରାଶି ପ୍ରଦାନ କରାଯିବା ସମୟରେ ସେମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗଞ୍ଜାମ ଜିଲ୍ଲାରେ ଅଧିକ ସଂଖ୍ୟାରେ ପ୍ରବାସୀ ଫେରିଥିବା ବେଳେ ଗତବର୍ଷ ମେ’ମାସ ପରେ ଜିଲ୍ଲାରେ ସଂକ୍ରମଣ ନିଆଁ ଭଳି ମାଡ଼ିଥିଲା। ଏପରିକି ଗୋଟିଏ ଗୋଟିଏ ଘରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ ଲୋକମାନେ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ନଜରକୁ ଆସିଥିଲା। କେବଳ ଗଞ୍ଜାମ କାହିଁକି ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଛି। ତହିଁରୁ ଅଧିକାଂଶ ଲୋକଙ୍କ ଶରୀରରେ କୋଭିଡ ଲକ୍ଷଣ ଥିଲେ ‌ହେଁ ସେମାନେ କୋଭିଡ ପାଇଁ ଥିବା ଆରଟି-ପିସିଆର/ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରି ନ ଥିଲେ। ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁସା‌ରେ ସଂକ୍ରମିତ ହେବାର ୩୦ଦିନ କିମ୍ବା ହସ୍ପିଟାଲରେ ୩୦ଦିନରୁ ଅଧିକ ଦିନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମଧ୍ୟ କରୋନା ମୃତ୍ୟୁ ଭାବେ ଗଣାଯିବ। ମାତ୍ର ଏସବୁ ବ୍ୟକ୍ତିମାନେ ନିଜର କୋଭିଡ ପରୀକ୍ଷା କରି ନ ଥିବାରୁ ସେମାନଙ୍କୁ ସହାୟତା ରାଶି ମିଳିବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି।

୨୦୧୯ମସିହା ତୁଳନାରେ ୨୦୨୦ରେ ରାଜ୍ୟରେ ଅତିରିକ୍ତ ୨୦,୦୩୫ ମୃତ୍ୟୁ ରେକର୍ଡ କରାଯାଇଛି। ମାତ୍ର ସରକାରୀଭାବେ ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୮୩୪୦ କୋଭିଡ ମୃତ୍ୟୁ ଘୋଷଣା ହୋଇଛି। କୋଭିଡ ମୃତ୍ୟୁ ଘୋଷଣାକୁ ନେଇ ଆରମ୍ଭରୁ ବିବାଦ ଦେଖା ଦେଇଥିଲା। ଫଳରେ କୋଭିଡ ମୃତ୍ୟୁ ପାଇଁ ଜିଲ୍ଲାସ୍ତରରେ ଗଠନ ହୋଇଥିବା କମିଟି ପାଇଁ ଆହ୍ବାନ ସୃଷ୍ଟି କରିବ। ନାମ ଗୋପନ ରଖିବା ସର୍ତରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କରୋନା ଲକ୍ଷଣ ଥିଲେ ମଧ୍ୟ ଯଦି ଜଣେ ପରୀକ୍ଷା କରି ନାହାନ୍ତି ଓ ତାଙ୍କର ମୃତ୍ୟୁ ହୋଇଛି ତାହାକୁ କୋଭିଡ ମୃତ୍ୟୁ ବୋ‌ଲି ବିଚାରକୁ ନେବା କଷ୍ଟକର ହୋଇପାରେ। ମୃତକଙ୍କ ସଂପର୍କୀୟ ଆବେଦନ କରିବା ପରେ ଜିଲ୍ଲାସ୍ତରରେ ଗଠିତ କମିଟି ଏହାର ଯାଞ୍ଚ କରି ରିପୋର୍ଟ ଦେବ। ସର୍ବାଧିକ ୩୦ଦିନ ଭିତରେ ସଂପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ପୂର୍ବରୁ ୨୫ଦିନ ଭିତରେ ସଂକ୍ରମିତଙ୍କ ମୃତ୍ୟୁକୁ କୋଭିଡ ମୃତ୍ୟୁ ବୋଲି ହିସାବକୁ ଧରାଯାଉଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ୩୦ଦିନକୁ ବୃଦ୍ଧି କରାଯାଇଛି। ତେଣୁ କିଛି ମୃତ୍ୟୁ ସଂଖ୍ୟା ଯୋଡ଼ି ହେବ ବୋଲି ଆଶା କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ