ଦେଶ ବିଦେଶ

କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

ନୂଆଦିଲ୍ଲୀ,: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଖଣ୍ଡପୀଠ ଏକ ଐତିହାସିକ ରାୟରେ ଆଜି କହିଛନ୍ତି ଯେ ଲାଞ୍ଚ ମାମଲାରେ ସଂସଦ ଓ ରାଜ୍ୟ ବିଧାନସଭାର ସଦସ୍ୟମାନେ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ନୁହନ୍ତି। ସଂସଦ କିମ୍ବା ବିଧାନସଭାରେ ଭାଷଣ କିମ୍ବା ଭୋଟ୍ ପାଇଁ ସାଂସଦ କିମ୍ବା ବିଧାୟକମାନେ ଲାଞ୍ଚ ନେଉଥିବା ମାମଲାରେ ଅଦାଲତ ୧୯୯୮ ମସିହାରେ ଦେଇଥିବା ରାୟକୁ ରଦ୍ଦ କରିଛନ୍ତି। ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲାଞ୍ଚ ସଂସଦୀୟ ଅଧିକାର ଦ୍ୱାରା ସୁରକ୍ଷିତ ନୁହେଁ। ୧୯୯୮ ମସିହାର ରାୟ – ପିଭି ନରସିଂହ ରାଓ ମାମଲା, ଯେଉଁଥିରେ ପୂର୍ବତନ କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ବଞ୍ଚାଇବା ପାଇଁ ଲାଞ୍ଚ ନେଇ ଭୋଟ୍ ଦେବା ମାମଲାରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ୧୯୯୮ର ସେହି ୫ଜଣିଆ ଖଣ୍ଡପୀଠର ରାୟକୁ ଆଜି ପ୍ରଧାନବିଚାରପତିଙ୍କ ନେତୃତ୍ବାଧୀନ ୭ଜଣିଆ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। ।

 ପିଭି ନରସିଂହ ରାଓ ମାମଲାର ପୃଷ୍ଠଭୂମି
୧୯୯୧ ସାଧାରଣ ନିର୍ବାଚନ ପରେ କ୍ଷମତାକୁ ଆସିଥିବା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଏକ ସଂଖ୍ୟାଲଘୁ ସରକାର ଥିଲା। ତାମିଲନାଡୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସମବେଦନାର ଲହରିରେ କଂଗ୍ରେସ ୪୮୭ଟି ଆସନରୁ ୨୩୨ଟିରେ ବିଜୟୀ ହୋଇଥିଲା, ଯାହା ସଂଖ୍ୟାଗରିଷ୍ଠତା ସଂଖ୍ୟା ୨୭୨ରୁ କମ୍ ଥିଲା। ଶ୍ରୀ ରାଓଙ୍କ କାର୍ଯ୍ୟକାଳରେ ଏକାଧିକ ଆହ୍ୱାନ ଦେଖିବାକୁ ମିଳିଥିଲା। ବଡ଼ ଆର୍ଥିକ ସଙ୍କଟ ଟାଳିବା ପାଇଁ ରାଓ ସରକାର ୧୯୯୧ ଅର୍ଥନୈତିକ ଉଦାରୀକରଣ ନୀତି ଆରମ୍ଭ କରିଥିଲେ। ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଏବଂ ଏହା ପରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ପରେ ବିରୋଧୀମାନେ ୧୯୯୩ ଜୁଲାଇରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ସେତେବେଳେ କଂଗ୍ରେସ ପାଖରେ ୨୫୧ଟି ଭୋଟ ଥିଲା, ଯେଉଁଥିରେ ବାହ୍ୟ ସମର୍ଥନ ଦେଉଥିବା ଅନ୍ୟ ଦଳର ଭୋଟ ମଧ୍ୟ ସାମିଲ ଥିଲା। ଫଳରେ ଦଳ ସାଧାରଣ ସଂଖ୍ୟାଗରିଷ୍ଠତାଠାରୁ ଅତି କମ୍‌ରେ ଏକ ଡଜନ ଦୂରରେ ରହିଯାଇଥିଲା। ତେବେ ମତଦାନ ବେଳେ ସରକାର ୧୪ଟି ଭୋଟ୍ ବ୍ୟବଧାନରେ ବଞ୍ଚି ଯାଇଥିଲେ। ବର୍ଷକ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସମେତ ଦଳର ୬ ଜଣ ସାଂସଦ ସରକାରକୁ ଭୋଟ୍ ଦେବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସେହି ସମୟରେ ଅଦାଲତ ରାୟ ଦେଇଥିଲେ ଯେ, ଗୃହରେ ଭୋଟ୍ ବା ଭାଷଣ ଦେବାକୁ ନେଇ ଆଇନପ୍ରଣେତାମାନଙ୍କୁ କାଠଗଡ଼ାକୁ ଟଣାଯାଇପାରିବ ନାହିଁ। ସମ୍ବିଧାନର ଧାରା ୧୦୫ ଓ ୧୯୪ ଅନୁଯାୟୀ ସାଂସଦମାନେ ଅଦାଲତୀ ସୁରକ୍ଷା ପାଇବା ପାଇଁ ହକ୍‌ଦାର ବୋଲି କୋର୍ଟ କହିଥିଲେ।

 ଜେଏମ୍ଏମ୍ ନେତ୍ରୀ ସୀତା ସୋରେନଙ୍କ ଚ୍ୟାଲେଞ୍ଜ
୨୦୧୨ ମସିହାରେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୀତା ସୋରେନ୍ (ଶିବୁ ସୋରେନଙ୍କ ବୋହୂ) ୧୯୯୮ ମାମଲାକୁ ଦର୍ଶାଇ ନ୍ୟାୟିକ ମାମଲାରୁ ସୁରକ୍ଷା ଦାବି କରିଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ଏବଂ ଏହାକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବରରେ ସର୍ବୋଚ୍ଚ ନ୍ୟାୟାଳୟ ୧୯୯୮ ରାୟର ପୁନର୍ବିଚାର କରିବାକୁ ରାଜି ହୋଇଥିଲେ ଏବଂ କହିଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ‘ରାଜନୀତିର ନୈତିକତା’ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ