ରାଜ୍ୟ ସ୍ପେଶାଲ ରିପୋର୍ଟ

କ’ଣ ଏହି ନାର୍କୋଟେଷ୍ଟ୍?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଠାରୁ ସତ ଓଗାଳିବାକୁ କ୍ରାଇମ୍‌ବ୍ରାଞ୍ଚ ତାକୁ ଗୁଜୁରାଟର ଗାନ୍ଧୀନଗର ନେଇଛି। ସେଠାରେ ତା’ର ନାର୍କୋଟେଷ୍ଟ କରାଯିବ। ଏହା ପରେ ତାର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯିବ। ତେବେ କ’ଣ ଏହି ନାର୍କୋଟେଷ୍ଟ୍। କାହିଁକି ତଦନ୍ତକାରୀ ସଂସ୍ଥା ନାର୍କୋଟେଷ୍ଟ୍ କରିବାକୁ ମନ ବଳାଇଥାନ୍ତି। ଗୋପାଳ ପୂର୍ବରୁ ଓଡ଼ିଶାରେ କୌଣସି ଅଭିଯୁକ୍ତର ନାର୍କୋଟେଷ୍ଟ ହୋଇଛି କି ? ନାର୍କୋଟେଷ୍ଟ କ’ଣ , କେମିତି ହୋଇଥାଏ ଏହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଜୋର୍‌ ଧରିଛି।

ମିଳିଥିବା ସୂଚନା ଅନୁଯାୟୀ, ନାର୍କୋ ଟେଷ୍ଟ ହତ୍ୟା, ଗଣ ଦୁଷ୍କର୍ମ, ଦଙ୍ଗା ଭଳି ବହୁ ଚର୍ଚିତ ଅପରାଧର ଅଭିଯୁକ୍ତମାନଙ୍କଠାରୁ ସତ ବାହାର କରିବାକୁ ସେମାନଙ୍କ ନାର୍କୋ‌ ଟେଷ୍ଟ କରାଯାଇଥାଏ। ଏହି ଟେଷ୍ଟ ପାଇଁ ଉଭୟ ଅଭିଯୁକ୍ତ ଓ କୋର୍ଟଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ଏହାର ରିପୋର୍ଟକୁ ତଦନ୍ତକାରୀ ଅଧିକାରୀ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରିପାରିବେ ନାହିଁ। କେବଳ ତଦନ୍ତରେ ସହଯୋଗ ପାଇଁ ବା ସତ କ’ଣ ତାହା ଜାଣିବା ପାଇଁ ଅଭିଯୁକ୍ତର ଏଭଳି ଟେଷ୍ଟ କରାଯାଇଥାଏ। ନାର୍କୋ ଟେଷ୍ଟ ପରୀକ୍ଷଣ ସର୍ବପ୍ରଥମେ ୧୯୨୨ରେ ଆମେରିକାର ରବର୍ଟ ହାଉସ୍‌ ନାମକ ଜଣେ ଡାକ୍ତର କରିଥିଲେ। ସେ ଦୁଇଜଣ ଅଭିଯୁକ୍ତଙ୍କ ଉପରେ ଏହାର ପ୍ରୟୋଗ କରିଥିଲେ। ଏହି ଟେଷ୍ଟ କରାଯିବା ପୂର୍ବରୁ ପ୍ରଥମେ ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ସ୍ବାସ୍ଥ୍ୟ ପରୀକ୍ଷାରେ ସେ ସଂପର୍ଣ୍ଣ ଭାବେ ସୁସ୍ଥ ଥିବା ଜଣାପଡ଼ିବା ପରେ ଏହି ଟେଷ୍ଟ ହୋଇଥାଏ। ଏଥି ପାଇଁ ଅଭିଯୁକ୍ତର ସ୍ୱାସ୍ଥ୍ୟ ଓ ବୟସକୁ ଧ୍ୟାନ ଦିଆଯାଇଥାଏ। ତା’ପରେ ଅଭିଯୁକ୍ତକୁ ସୋଡିୟମ ପେଣ୍ଟଥାଲ ନାମକ ଡ୍ରଗ୍ସ ଇଂଜେକସନ୍‌ ଦିଆଯାଇଥାଏ। ଅଭିଯୁକ୍ତର ବୟସକୁ ନେଇ କେତେ ପରିମାଣର ଡୋଜ୍ ଦିଆଯିବ ତାହା ଡାକ୍ତରୀ ଟିମ ସୂଚନା ଦେଇଥାନ୍ତି।

Study IQ

ନାର୍କୋ ଟେଷ୍ଟକୁ ନାର୍କୋ ଆନାଲିସିସ ଟେଷ୍ଟ ମଧ୍ୟ କୁହାଯାଏ। ଏହାକୁ ‘ଟ୍ରୁଥ ସେରମ’ ମଧ୍ୟ କୁହାଯାଇଥାଏ। ଏହା ସେଭଳି ଅଭିଯୁକ୍ତକୁ ଦିଆଯାଇଥାଏ, ଯେଉଁମାନେ ତଦନ୍ତକାରୀ ଅଫିସରଙ୍କୁ ବାଉଳା କରିଥା’ନ୍ତି। ସଂପୂର୍ଣ୍ଣ ଘଟଣା ନ କହି ବାରମ୍ବାର କଥା ବଦଳାଇଥାନ୍ତି। ସତ କହିବାକୁ କୁଣ୍ଠାବୋଧ କରନ୍ତି। ଏହି ଇଂଜେକସନ୍‌ ଦେବା ପରେ ଅଭିଯୁକ୍ତ ଅର୍ଧଚେତନ ଅବସ୍ଥାକୁ ଚାଲି ଯାଇଥାଏ। ତାର ମସ୍ତିଷ୍କ ତ୍ୱରିତ ପ୍ରତିକ୍ରିୟା ଦେଉଥିବା ବେଳେ ଅଙ୍ଗପ୍ରତ୍ୟଙ୍ଗ କିଛି ସମୟ ପାଇଁ ଅଚଳ ହୋଇ ଯାଇଥାଏ। ଏହା ଫଳରେ ବ୍ୟକ୍ତି ଆଉ ମିଛ କହିପାରିନଥାଏ। ଫଳରେ ଯାହା ସତ, ତାହା ହିଁ ଅଭିଯୁକ୍ତଟି କହିଥାଏ। ଟେଷ୍ଟ ସମୟରେ ଅଭିଯୁକ୍ତର ମୃତ୍ୟୁ ମଧ୍ୟ ହୋଇ ଯାଇପାରେ। ତେଣୁ ଏହି ଟେଷ୍ଟବେଳେ ଏକ ଟିମ୍ ଉପସ୍ଥିତ ଥାନ୍ତି। ଯେଉଁଥିରେ ଡାକ୍ତର, ମନୋବିଜ୍ଞାନୀ, ବରିଷ୍ଠ ତଦନ୍ତକାରୀ ଅଫିସର ଓ ଫୋରେନସିକ୍ ଏକ୍ସପର୍ଟମାନେ ରହିଥାନ୍ତି। ଏହି ଟିମକୁ ତଦନ୍ତକାରୀ ଅଫିସରମାନେ ଘଟଣା ସମ୍ପର୍କିତ କେତେକ ପ୍ରଶ୍ନ ଦେଇଥାନ୍ତି। ଟିମ୍ ଏହି ପ୍ରଶ୍ନ ସବୁ ଅଭିଯୁକ୍ତକୁ ପଚାରିଥା’ନ୍ତି। ଅଭିଯୁକ୍ତ ଉତ୍ତର ଦେବାବେଳେ ଏହାକୁ ଭିଡ଼ିଓ ରେକର୍ଡିଂ କରାଯାଇଥାଏ ବୋଲି ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି।

ଦେଶରେ ପ୍ରଥମେ ୨୦୦୨ ମସିହାରେ ଗୋଧ୍ରା ଦଙ୍ଗା ମାମଲାର ଅଭିଯୁକ୍ତମାନଙ୍କର ନାର୍କୋ ଟେଷ୍ଟ କରିବାକୁ ସୁପ୍ରିମ କୋର୍ଟ ଅନୁମତି ଦେଇଥିଲେ। ପରେ ୨୦୦୩ରେ ତେଲଗି ଷ୍ଟାମ୍ପ ଭେଣ୍ଡର ସ୍କାମର ଅଭିଯୁକ୍ତ ଅବଦୁଲ କରିମ ତେଲଗି, ୨୦୦୭ରେ ହାଇଦ୍ରାବା‌ଦ ବୋମା ବିସ୍ଫୋରଣର ଅଭିଯୁକ୍ତମାନଙ୍କର ନାର୍କୋଟେଷ୍ଟ କରିବାକୁ କୋର୍ଟ ଅନୁମତି ଦେଇଥିଲେ। ତେବେ ୨୦୧୦ ସୁପ୍ରିମକୋର୍ଟ ନିର୍ଦେଶ ମୁତାବକ କୌଣସି ଅଭିଯୁକ୍ତର ନାର୍କୋଟେଷ୍ଟ କରିବା ପୂର୍ବରୁ ତାର ଅନୁମତି ନିଆଯାଇଥାଏ। ଅଭିଯୁକ୍ତ ଅନୁମତି ଦେଲେ ହିଁ ତାର ନାର୍କୋଟେଷ୍ଟ କରାଯାଇଥାଏ। ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଅଭିଯୁକ୍ତର ନାର୍କୋଟେଷ୍ଟ କରିବାକୁ ଚାହିଁଥିଲା। କିନ୍ତୁ ଅଭିଯୁକ୍ତ ମନା କରିଦେବାରୁ ତାର ନାର୍କୋ‌ଟେଷ୍ଟ ହୋଇ ପାରି ନ ଥିଲା। ଓଡ଼ିଶାରେ ରାଜ୍ୟ ଫରେନ୍‌ସିକ୍ ଲାବରୋଟାରିରେ କେବଳ ପଲିଗ୍ରାଫ୍ ଟେଷ୍ଟ ହୋଇଥାଏ। କିନ୍ତୁ ଏଠାରେ ନାର୍କୋଟେଷ୍ଟ ପାଇଁ ଭିତ୍ତିଭୂମି ଥିଲେ ମଧ୍ୟ ଏହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ବହୁ ବର୍ଷ ଧରି କେବଳ ଗୁଜୁରାଟରେ ନାର୍କୋଟେଷ୍ଟ ସୁବିଧା ଉପଲବ୍ଧ ଥିଲା। ନିକଟରେ ନୂଆଦିଲ୍ଲୀରେ ଏହା କାର୍ଯ୍ୟକ୍ଷମ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।