ମୁମ୍ୱାଇ ୩୧/୦୫: ବଲିଉଡ ଅଭିନେତ୍ରୀ ଦିଶା ପାଟନି । ଏମିତି ଜଣେ ଅଭିନେତ୍ରୀ, ଯାହାଙ୍କର ଫ୍ୟାନ୍ସ ଫଲୋଅର୍ସ ଅଧିକ । ଏହି ଅଭିନେତ୍ରୀ ଜଣଙ୍କ ଚଳଚ୍ଚିତ୍ର ଜଗତରେ ପାଦ ଦେବା ଦିନରୁ ତାଙ୍କ ନାଁ ସର୍ବଦା ଟାଇଗର ଶ୍ରଫଙ୍କ ସହ ଜୋଡି ହୋଇ ରହିଛି । ଉଭୟ ସେମାନଙ୍କର ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସମୟ ସମୟରେ ସେମାନେ ନିଶ୍ଚିତ ଭାବରେ ଏକତ୍ର ନଜର ଆସିଥାନ୍ତି । ହେଲେ ଏବେ କିନ୍ତୁ ଦିଶା ଅନ୍ୟ କାହା ସହିତ ନଜର ଆସିଛନ୍ତି ।
ଆଉ କ୍ୟାମେରାରେ ଧରାପଡିବା ପରେ ମୁହଁ ଲୁଚାଇବାକୁ ପଛାଇନାହାଁନ୍ତି । ଦିଶା ପାଟନିଙ୍କ ସୌନ୍ଦର୍ଯ୍ୟରେ ମତୁଆଲା ଯୁବପୀଢୀ । ତାଙ୍କ ଲୁକ୍ ଫିଗରକୁ ନେଇ ସର୍ବଦା ଚର୍ଚ୍ଚା ହୁଏ । ପ୍ରେମୀଯୁଗଳଙ୍କୁ ଦେଖିବା ପରେ ସମସ୍ତେ ଭବନ୍ତି ଦିଶା ଏବଂ ଟାଇଗର ମଧ୍ୟରେ ନିଶ୍ଚିତ କିଛି ଅଛି । କିନ୍ତୁ ନିକଟରେ ତାଙ୍କୁ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଦେଖିବାକୁ ମିଳିଥିଲା ।
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଅଭିନେତ୍ରୀ ତାଙ୍କ ସହିତ ସନ୍ଧ୍ୟାରେ ବୁଲିବାକୁ ଯାଇଥିଲେ । ହଠାତେ କ୍ୟାମେରା ଫୋକସରେ ପଡିଯାଇଥିଲେ । ତେବେ କ୍ୟାମେରାଙ୍କୁ ଦେଖିବା ପରେ ମୁହଁ ଲୁଚାଇବାକୁ ପଛାଇ ନଥିଲେ ଦିଶା । ଟୋପି ସାହାଯ୍ୟରେ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଶା ପାଟନୀଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ମୁଣ୍ଡରେ ଟୋପି ପିନ୍ଧିଥିଲେ ।
ମୁହଁରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଦିଶା ଫଟୋଗ୍ରାଫ୍ କରିବାକୁ ଚାହୁଁନାହାଁନ୍ତି ଏବଂ ବାରମ୍ବାର ମୁହଁ ଘୋଡାଉଛନ୍ତି । ବର୍ତ୍ତମାନ ଅନେକ ଉପଭୋକ୍ତା ତାଙ୍କୁ ଏ ବିଷୟରେ ଟ୍ରୋଲ କରିବା ଆରମ୍ଭ କରଦେଇଛନ୍ତି । ଅନେକ ଲୋକ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଦିଶା କାହିଁକି ତାଙ୍କ ମୁହଁକୁ ଲୁଚାଉଛନ୍ତି । କଣ ଟାଇଗର-ଦିଶା ବ୍ରେକଅପେ ହୋଇଗଲାକି ?

