ଖେଳ

‘କଣ୍ଡୋମ’ ପାଇଁ ଜିତିଲି ମେଡାଲ୍ : ଅଷ୍ଟ୍ରେଲିଆ ଆଥଲେଟ୍ କାହିଁକି କହିଲେ ଏମିତି ?

ଟୋକିଓ, ୩୧/୦୭ : ଚାଲିଛି ଟୋକିଓ ଟକ୍କର । ସାରା ବିଶ୍ୱରେ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଲାଗି ରହିଛି । ସବୁ ମ୍ୟାଚରେ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏପରି ଏକ ନୂଆ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ତାଜୁବ କରିଛି ।

ଅଷ୍ଟ୍ରେଲିଆର ଜେସିକା ଫକ୍ସ ନିକଟରେ କାନୋଇ ସ୍ଲେଲମ୍ ବା ବୋଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହାସହ ଏକ ସୁନା ପଦକ ମଧ୍ୟ ନିଜ ନାଁରେ କରିଛନ୍ତି । ଏଥିପାଇଁ ସେ ଏକ କଣ୍ଡୋମକୁ ଧନ୍ୟବାଦ ଦେଇଛନ୍ତି ।

ସେ ନିକଟରେ ଏକ ଭିଡିଓ ଟିକଟକରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କଣ୍ଡୋମ ଧରିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ସହ ସେ ଲେଖିଥିଲେ ଯେ, କଣ୍ଡୋମ ଡଙ୍ଗାରେ ବ୍ୟବହୃତ ବାୟକ କାତକୁ ମରାମତି କରିବାରେ ସଫଳ ହୁଏ । ଆହୁଲା ହାତରୁ ନଖସିବା ପାଇଁ ଏହାର ବ୍ୟବହାର କରାଯାଏ ।

ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି ସର୍ବପ୍ରଥମେ ବେସିନରେ କାର୍ବନ ମିଶ୍ରଣ ଲଗାଉଛନ୍ତି । ପରେ ମିଶ୍ରଣକୁ ସୁରକ୍ଷିତ କରିବାକୁ କଣ୍ଡୋମର ଉପଯୋଗ କରୁଛନ୍ତି । ଜେସିକା ଆହୁରି ଲେଖିଥିଲେ ୟେ, ଏହା କାର୍ବନକୁ ଆହୁରି ଚିକ୍କଣ କରିଥାଏ । ଯାହା କାୟକରେ ବ୍ୟବହାର ହୁଏ ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସ ଆୟୋଜନ ସମିତି କହିଥିଲା ଯେ, ଯେଉଁ କଣ୍ଡୋମ ବଣ୍ଟାଯାଇଛି ଯାହା କ୍ରୀଡାଗ୍ରାମରେ ବ୍ୟବହାର କରାଯିବ ନାହିଁ । ଟୋକିଓରେ ଆୟୋଜକଙ୍କ ଦ୍ୱାରା ପ୍ରାୟ ୬୦୦୦୦ କଣ୍ଡୋମ ବଣ୍ଟାଯାଇଥିଲା । କିନ୍ତୁ ଆଥଲେଟମାନଙ୍କୁ କ୍ରୀଡା ଗ୍ରାମ ବଦଳରେ ଘରେ ଏହାର ବ୍ୟବହାର ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ