ଅପରାଧ ରାଜ୍ୟ

କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ! ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ! ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ।

କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ଜଣେ ୬୦ବର୍ଷୀୟା  ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ  ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି।

ରାତି ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ଗାଁର ହିଁ ଯୁବକମାନେ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଏବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିl ଏହି ମାମଲାରେ କଣ୍ଟାବାଞ୍ଜି ପୁଲିସ  ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି। ସେପଟେ ପରିବାର ଲୋକେ ଦୁଷ୍କର୍ମକାରୀ ଯୁବକ ମାନଙ୍କୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।